19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଦୁର୍ନୀତି ମାମଲାରେ ଆଦାନୀଙ୍କ ସହ ମୋଦୀ: ରାହୁଲ

ଦୁର୍ନୀତି ମାମଲାରେ ଆଦାନୀଙ୍କ ସହ ମୋଦୀ: ରାହୁଲ

ନୂଆଦିଲ୍ଲୀ: ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ‘‘୨୦୦୦ କୋଟି ଟଙ୍କା ଓ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଗୌତମ ଆଦାନୀ ମୋଦୀଙ୍କ ସୁରକ୍ଷା ପାଇଁ ନିର୍ଭୟରେ ଜୀବନଯାପନ କରୁଛନ୍ତି। ଭାରତର କୋଟିପତି ବ୍ୟବସାୟୀ ଗୌତମ ଆଦାନୀଙ୍କ ବିରୋଧରେ ଆମେରିକା ଲାଞ୍ଚ ଓ ଠକେଇ ଅଭିଯୋଗ ଆଣିବା ପରେ ତାଙ୍କ ବିରୋଧରେ ଏବେ ସ୍ବର ଉଠାଇଛି ବିରୋଧୀ ଦଳ କଂଗ୍ରେସ। ଆଦାନୀଙ୍କର ପ୍ରଧାନମନ୍ତ୍ରୀ ‌ନରେନ୍ଦ୍ର ମୋଦୀ ହେଉଛନ୍ତି ଘନିଷ୍ଠ ବନ୍ଧୁ। ସେ ହିଁ ଆଦାନୀଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି। ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଗୁରୁବାର କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଦୁର୍ନୀତି ମାମଲାରେ ଗୌତମ ଆଦାନୀଙ୍କ ସହ ରହିଛନ୍ତି। ଆମେରିକାରେ ଲାଞ୍ଚ ମାମଲାର ଅଭିଯୁକ୍ତ ଆଦାନୀଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ରାହୁଲ ଦାବି କରିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରି ରାହୁଲ କହିଛନ୍ତି, ‘‘୨୦୦୦ କୋଟି ଟଙ୍କା ଓ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ଜଡ଼ିତ ଥିବା ଗୌତମ ଆଦାନୀ ମୋଦୀଙ୍କ ସୁରକ୍ଷା ପାଇଁ ନିର୍ଭୟରେ ଜୀବନଯାପନ କରୁଛନ୍ତି। ଏବେ ଏହା ସ୍ପଷ୍ଟ ହୋଇଯାଇଛି ଯେ ସେ ଉଭୟ ଭାରତ ଓ ଆମେରିକା ନିମୟ ଉଲ୍ଲଂଘନ କରିଛନ୍ତି। ମାତ୍ର ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ ସେ କିପରି ବିନା ଭୟରେ ବୁଲୁଛନ୍ତି!’’

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking