ନୂଆଦିଲ୍ଲୀ : ପାକିସ୍ତାନ ଖୈବର ପଖତୁନଖ୍ୱା ପ୍ରଦେଶରେ ଥିବା ବାନୁନ ଠାରେ ମଙ୍ଗଳବାର ସନ୍ଧ୍ୟାରେ ଏପରି ବିସ୍ଫୋରଣ ହେଇଛି । ଆତ୍ମଘାତୀ ଆକ୍ରମଣରେ ୧୨ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି । ବିସ୍ଫୋରକ ଭର୍ତ୍ତି ଗାଡି ଧକ୍କା ଦେଇ ସେନା ପୋଷ୍ଟକୁ ଉଡାଇଦେଲେ । ୧୨ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଥିବା ସୂଚନା ରହିଛି । ଆହତ ସୈନ୍ୟମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପାକିସ୍ତାନ ତାଲିବାନରୁ ବାହାରିଥିବା ହାଫିଜ ଗୁଲ ବାହାଦୁର ସଂଗଠନ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି । ଆତଙ୍କବାଦୀ ସଂଗଠନ ବୟାନ ଜାରି କରି ଆକ୍ରମଣ କରିଥିବା ସ୍ପଷ୍ଟ କଲା । ପାକିସ୍ତାନୀ ତାଲିବାନର ସଂଗଠନ ହାଫିଜ ଗୁଲ ବାହାଦୂର । ସବୁଠୁ ବଡ କଥା ଏହା ଯେ ଏଯାବତ ପାକିସ୍ତାନ ସରକାର କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି । ଆକ୍ରମଣ ପଛରେ ଥିବା ସଂଗଠନ ବିରୋଧରେ ସେନା ଓ ଗୁଇନ୍ଦା ଅଧିକାରୀମାନେ ଅପରେସନ ଆରମ୍ଭ କରିଦେଇଥିବା ଜଣାପଡ଼ିଛି। ୨୦୨୨ ନଭେମ୍ବର ମାସରୁ ପାକିସ୍ତାନରେ କ୍ରମାଗତ ଭାବେ ଆତଙ୍କବାଦୀ ହମଲା ବଢ଼ିବାରେ ଲାଗିଛି। ପାକିସ୍ତାନୀ ତାଲିବାନ ସରକାର ସହ କରିଥିବା ଅସ୍ତ୍ରବିରତି ଚୁକ୍ତି ଶେଷ ହେବା ପରେ ହିଂସା ବଢ଼ୁଛି।