ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରାଜିଲ୍ରେ ଜି-୨୦ ସମ୍ମିଳୀନରେ ଯୋଗ ଦେଇଛନ୍ତି । ରିଓ ଡି ଜେନେରୋର ମ୍ୟୁଜିୟମ ଅଫ ମଡର୍ନ ଆଟ୍ରେ ଜି-୨୦ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜି-୨୦ ସମ୍ମିଳନୀରେ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ରାମାଫୋସାଙ୍କ ସହ କଥା ହୋଇଛନ୍ତି । ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟେରସ୍ଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ।ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ‘ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ନିଆଯାଇଥିବା ନିଷ୍ପତ୍ତିକୁ ଆଗକୁ ବଢାଯାଇଛି ।’ଗତ ୧୦ ବର୍ଷରେ ୨୫ କୋଟି ଲୋକଙ୍କୁ ଗରିବୀରୁ ବାହାର କରିଛୁ । ୮୦୦ ମିଲିୟନରୁ ଅଧିକ ଲୋକଙ୍କୁ ମାଗଣା ଖାଦ୍ୟ ଦିଆଯାଉଛି । ୫୫୦ ମିଲିୟନ ଲୋକ ଦୁନିଆର ସବୁଠାରୁ ବଡ଼ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ଉଠାଉଛନ୍ତି । ଏବେ ୭୦ ବର୍ଷରୁ ଅଧିକ ୬୦ ମିଲିୟନ ବରିଷ୍ଠ ନାଗରିକ ମାଗଣା ସ୍ୱାସ୍ଥ୍ୟ ବୀମାର ଲାଭ ଉଠାଇ ପାରିବେ । ଭାରତ ବୈଶ୍ୱିକ ଖାଦ୍ୟ ସୁରକ୍ଷାରେ ମଧ୍ୟ ଯୋଗାଦାନ ଦେଉଛି ।