29.1 C
Bhubaneswar
Monday, March 30, 2026
Homeଦେଶ ବିଦେଶଲସ୍କର ନାଁରେ ଆରବିଆଇକୁ ଧମକ; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୁଲିସ

ଲସ୍କର ନାଁରେ ଆରବିଆଇକୁ ଧମକ; କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ମୁମ୍ବାଇ ପୁଲିସ

ମୁମ୍ବାଇ: ଲସ୍କର ଆତଙ୍କବାଦୀ ଗୋଷ୍ଠୀ ନାମରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର କଷ୍ଟମର୍ କେୟାର ଡିପାର୍ଟମେଣ୍ଟକୁ ଏକ ଧମକପୂର୍ଣ୍ଣ କଲ୍ ମିଳିଛି। ଏହାକୁ ନେଇ ଆରବିଆଇ ପକ୍ଷରୁ ଅଭିଯୋଗ କରାଯିବା ପରେ ମୁମ୍ବାଇ ପୁଲିସ ମାମଲା ରୁଜୁ କରିବା ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଶନିବାର ପୂର୍ବାହ୍ନ ପ୍ରାୟ ୧୦ଟାରେ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରରେ ଏହି କଲ୍ କରାଯାଇଥିଲା।

ଫୋନ୍ କରିଥିବା ବ୍ୟକ୍ତିଜଣକ ନିଜକୁ ଲସ୍କର-ଇ-ତୋଏବାର ସିଇଓ ବୋଲି ଦର୍ଶାଇଥିଲା ଏବଂ କହିଥିଲା ଯେ ବ୍ୟାଙ୍କର ପଛ କବାଟ ବନ୍ଦ ଅଛି, ଇଲେକ୍ଟ୍ରିକ୍ କାର୍ ଭାଙ୍ଗିଯାଇଛି। ତେବେ ରିଜର୍ଭ ବ୍ୟାଙ୍କର ସୁରକ୍ଷାକର୍ମୀ ପୁଲିସ୍‌କୁ ଦେଇଥିବା ବୟାନ ଅନୁସାରେ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଏମ୍‌ଆର୍‌ଏ ମାର୍ଗ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ମୁମ୍ବାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଏହାପୂର୍ବରୁ ଭାରତୀୟ ଏୟାରଲାଇନ୍ସଗୁଡ଼ିକୁ କ୍ରମାଗତ ଭାବରେ କଲ୍ ଆସୁଥିଲା, ଯେଉଁଥିରୁ ଅଧିକାଂଶ କଲ୍ ବିଦେଶ ସହ ଲିଙ୍କ୍ ରହିଥିଲା। ଏହି ଧମକପୂର୍ଣ୍ଣ କଲ୍‌ର ମୁକାବିଲା ପାଇଁ ଏୟାରଲାଇନ୍ସଗୁଡ଼ିକ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍‌ଆଇଏ) ତଦନ୍ତ ଜାରି ରଖିଛନ୍ତି। ତେବେ ଆରବିଆଇକୁ ଏପ୍ରକାର ଲସ୍କର ନାମରେ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିବା ଘଟଣାରେ ଏନ୍‌ଆଇଏ ସାଇବର ଶାଖା ଏହି ପୂରା ମାମଲାର ତଦନ୍ତ କରୁଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking