27.1 C
Bhubaneswar
Tuesday, March 31, 2026
Homeଅପରାଧନିଖୋଜ ଥିବା ୬ ଜଣଙ୍କ ମୃତଦେହ ମିଳିଲା

ନିଖୋଜ ଥିବା ୬ ଜଣଙ୍କ ମୃତଦେହ ମିଳିଲା

ଇମ୍ଫାଲ: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ଆଜି ଆଉ ତିନି ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ଫଳରେ କୁକି ବି୍େରଦାୀ ଗୋଷ୍ଠୀ ଅପହରଣ କରିଥିବା ସମସ୍ତ ୬ଜଣଙ୍କ ମୃତଦେହ ଆଜି ସୁଦ୍ଧା ଉଦ୍ଧାର ହୋଇଛି। ଗତ ୫ ଦିନ ତଳେ କୁକି ବିଦ୍ରୋହୀ ସନ୍ଦିଗ୍ଧମାନେ ମୈତେଇ ସମ୍ପ୍ରଦାୟର ୬ ଜଣଙ୍କୁ ଅପହରଣ କରି ବନ୍ଧକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଗତକାଲି ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବାବେଳେ ଆଜି ଆଉ ତିନି ଜଣଙ୍କ ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ତିନି ଜଣ ମହିଳା ଥିବାବେଳେ ତିନି ଜଣ ଶିଶୁ ଅଛନ୍ତି। ସେମାନଙ୍କ ମଧ୍ୟରୁ ଏକ ୮ ମାସର ଶିଶୁ ମଧ୍ୟ ରହିଛି। ତେବେ କୁକି ଉଗ୍ରବାଦୀମାନେ ଏମାନଙ୍କୁ ବନ୍ଧକ ଭାବେ ନେଇଯାଇ ହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ମୈତେଇ ଗୋଷ୍ଠୀ ଏବେ ପ୍ରତିଶୋଧ ପରାୟଣ ହୋଇପଡିଛନ୍ତି। ପ୍ରକାଶ, ସମସ୍ତଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ମେତେଇ ଲୋକେ କ୍ୟାଣ୍ଡେଲ ଜାଳି ପ୍ରାର୍ଥନା କରିଥିଲେ ମଧ୍ୟ ଏହାର କୌଣସି ପ୍ରଭାବ କୁକି ଗୋଷ୍ଠୀଙ୍କ ଉପରେ ପଡ଼ିନଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking