26.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ପାଞ୍ଚ ଦିନିଆ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଶୁକ୍ରବାର ଠାରୁ ନାଇଜେରିଆ, ବ୍ରାଜିଲ ଏବଂ ଗୁୟାନାକୁ ୫ ଦିନିଆ ଗସ୍ତ ଆରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ନାଇଜେରିଆ ରାଷ୍ଟ୍ରପତି ବୋଲା ଅହମ୍ମଦ ତିନୁବୁଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ପ୍ରଥମ ଥର ପାଇଁ ନାଇଜେରିଆ ଗସ୍ତରେ ଯାଉଛନ୍ତି। ତେବେ ନିଜର ଏହି ଗସ୍ତକୁ ନେଇ ମୋଦୀ କହିଛନ୍ତି ଯେ, ଦ୍ୱିପାକ୍ଷିକ ରଣନୀତିକ ସହଭାଗିତା, ଯାହାକି ଗଣତନ୍ତ୍ର ଓ ବହୁଳବାଦର ପାରସ୍ପରିକ ବିଶ୍ୱାସ ଆଧାରିତ ତାକୁ ସୁଦୃଢ଼ କରିବା ପାଇଁ ତାଙ୍କର ଏହି ଗସ୍ତ ଏକ ସୁଯୋଗ ସୃଷ୍ଟି କରିଛି। ସେହିପରି ଏହି ୫ ଦିିନିଆ ବିଦେଶ ଗସ୍ତ ଅବସରରେ ମୋଦୀ ବ୍ରାଜିଲରେ ୧୯ ତମ ଜି-୨୦ ଶିଖର ସମ୍ମିଳନୀରେ ଟ୍ରୋଇକା ସଦସ୍ୟ ଭାବେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏସମ୍ପର୍କରେ ସୂଚନା ଦେଇ ମୋଦୀ କହିଛନ୍ତି ଯେ ଗତ ବର୍ଷ ଭାରତ ସଫଳତାର ସହ ଅଧ୍ୟକ୍ଷତା କରିବା କରି ଜି-୨୦କୁ ଜନସାଧାରଣଙ୍କ ଜି-୨୦ ଭାବେ ଶୀର୍ଷକୁ ନେଇଥିଲା ଏବଂ ଗ୍ଲୋବାଲ ସାଉଥର ଅଗ୍ରାଧିକାରକୁ କାର୍ଯ୍ୟସୂଚୀରେ ସାମିଲ କରିପାରିଥିଲା। ଚଳିତ ବର୍ଷ ବ୍ରାଜିଲ ଏହି ପରମ୍ପରାକୁ ଆଗକୁ ନେବ। ‘ଗୋଟିଏ ପୃଥିବୀ, ଗୋଟିଏ ପରିବାର, ଗୋଟିଏ ଭବିଷ୍ୟତ’ ଦୃଷ୍ଟିକୋଣ ଅନୁଯାୟୀ ଫଳପ୍ରଦ ଆଲୋଚନାକୁ ସେ ଅପେକ୍ଷା କରି ରହିଥିବା ମୋଦୀ କହିଛନ୍ତି। ବିଶ୍ୱସ୍ତରୀୟ ନେତାମାନଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ସମ୍ପର୍କରେ ଭାବ ବିନିମୟ କରିବା ଦିଗରେ ସେ ଏହି ସୁଯୋଗର ସଦ୍‌ବ୍ୟବହାର କରିବେ। ଅନ୍ୟପକ୍ଷେ ଗୁୟାନା ରାଷ୍ଟ୍ରପତି ମହମ୍ମଦ ଇରଫାନ ଅଲ୍ଲୀଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଗୁୟାନା ଗସ୍ତ ମଧ୍ୟ କରିବେ। ବିଗତ ୫୦ ବର୍ଷ ମଧ୍ୟରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗୁୟାନା ଗସ୍ତ ହେବ। ଏସମ୍ପର୍କରେ ମୋଦୀ କହିଛନ୍ତି ଯେ ଐତିହ୍ୟ, ସଂସ୍କୃତି ଓ ନୈତିକତା ଆଧାରରେ ଦୁଇ ଦେଶ ମଧ୍ୟରେ ରହିଥିବା ସ୍ୱତନ୍ତ୍ର ସମ୍ପର୍କକୁ ରଣନୀତିକ ଦିଗକୁ ନେବାକୁ ଦ୍ୱିପାକ୍ଷିକ ଆଲୋଚନା କରାଯିବ। ନିଜର ଏହି ଗୁୟାନା ଗସ୍ତ ପରିପ୍ରେକ୍ଷୀରେ ଭାରତର ଏକ ପୁରାତନ ସମୁଦାୟ ଯେଉଁମାନେ କି ୧୮୫ ବର୍ଷ ପୂର୍ବେ ଗୁୟାନା ଚାଲି ଯାଇଥିଲେ ସେମାନଙ୍କୁ ସେ ସମ୍ମାନ ଜଣାଇବେ ଏବଂ ଲୋକତନ୍ତ୍ରର ସାଥୀ ଭାବେ ଗୁୟାନା ସଂସଦରେ ଉଦ୍‌ବୋଧନ ରଖିବେ ବୋଲି ମୋଦୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking