28.1 C
Bhubaneswar
Sunday, January 18, 2026
Homeଦେଶ ବିଦେଶଏବେ ନିଜ ଘରେ ବି ନିଜକୁ ସୁରକ୍ଷିତ ମଣୁନାହାନ୍ତି ଆତଙ୍କବାଦୀ : ମୋଦୀ

ଏବେ ନିଜ ଘରେ ବି ନିଜକୁ ସୁରକ୍ଷିତ ମଣୁନାହାନ୍ତି ଆତଙ୍କବାଦୀ : ମୋଦୀ

ନୂଆଦିଲ୍ଲୀ: ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ପଡୋଶୀ ଦେଶରୁ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ହେତୁ ଆମ ଦେଶର ନୀରିହ ଜନସାଧାରଣ ଅସୁରକ୍ଷିତ ହୋଇପଡିଥିଲେ। କିନ୍ତୁ ଏବେ ପରିସ୍ଥିତି ବଦଳିଛି, ବର୍ତ୍ତମାନ ସମୟରେ ଆତଙ୍କବାଦୀମାନେ ସେମାନଙ୍କ ନିଜ ଘରେ ମଧ୍ୟ ନିଜକୁ ସୁରକ୍ଷିତ ମଣୁନାହାନ୍ତି। ସେମାନେ ଭଲଭାବେ ଜାଣିସାରିଛନ୍ତି ଯେ, ସେମାନେ ଯେଉଁଠି ରହିଲେ ବି ସେମାନେ ସୁରକ୍ଷିତ ନୁହଁନ୍ତି। ନୂଆଦିଲ୍ଲୀ ଠାରେ ହିନ୍ଦୁସ୍ତାନ୍ ଟାଇମ୍ସ ଲିଡରସିପ୍ ସମ୍ମିଳନୀରେ ଯୋଗଦେବା ପରିପ୍ରେକ୍ଷୀରେ ମୋଦୀ ଏପ୍ରକାର ମତବ୍ୟକ୍ତ କରିଛନ୍ତି। ମୋଦୀ କହିଛନ୍ତି ଯେ, ସେ ୨୬/୧୧ ମୁମ୍ବାଇ ଆକ୍ରମଣ ରିପୋର୍ଟ ଦେଖିଛନ୍ତି। ରିପୋର୍ଟ ଦେଖିବା ସମୟରେ ସେ ବେଶ୍ ଭଲଭାବେ ଅନୁଭବ କରିପାରିଥିଲେ ଯେ, ସେସମୟରେ ଆତଙ୍କବାଦ ଯୋଗୁଁ ଲୋକମାନେ ନିଜ ଘରେ ଅସୁରକ୍ଷିତ ମନେ କରୁଥିଲେ। କିନ୍ତୁ ବର୍ତ୍ତମାନ ସମୟ ବଦଳି ଯାଇଛି। ଭୟ ସୃଷ୍ଟି କରୁଥିବା ଆତଙ୍କବାଦୀମାନେ ଆଜି ନିଜେ ଭୟଭୀତ ହୋଇ ରହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ସରକାର ଭୋଟ୍ ବ୍ୟାଙ୍କ ରାଜନୀତିଠାରୁ ଦୂରରେ ଅଛନ୍ତି ଏବଂ ଦେଶର ବିକାଶ ପାଇଁ କାର୍ଯ୍ୟ କରୁଛନ୍ତି। ତାଙ୍କ ସରକାର ଭାରତକୁ ଏକ ବିକଶିତ ଦେଶରେ ପରିଣତ କରିବା ଦିଗରେ ଲକ୍ଷ୍ୟ ରଖିବା ସହ ଲୋକଙ୍କ ପାଇଁ ଏବଂ ଲୋକଙ୍କ ଦ୍ୱାରା ବିକାଶ’ ମନ୍ତ୍ର ନେଇ କାମ କରୁଛନ୍ତି। ସେହିପରି ଗତ ୧୦ ବର୍ଷ ପୂର୍ବରୁ ଦେଶର ଯୁବପିଢ଼ି ନିଜ ହିସାବରେ ରିସ୍କ ନେବାକୁ ଇଚ୍ଛା ପ୍ରକାଶ କରୁନଥିଲେ କିମ୍ବା ଆତ୍ମନିର୍ଭରଶୀଳ ହେବା ଦିଗରେ ଚିନ୍ତା ମଧ୍ୟ କରୁନଥିଲେ। କିନ୍ତୁ ବିଗତ ୧୦ ବର୍ଷରେ ଦେଶର ଲକ୍ଷ ଲକ୍ଷ ଯୁବପିଢ଼ି ରିସ୍କ ନେଇଛନ୍ତି ଏବଂ ନିଜକୁ ଯୁବ ଉଦ୍ୟୋଗୀ ତଥା ଆତ୍ମନିର୍ଭରଶୀଳ କରିପାରିଛନ୍ତି। ଏହା ଦେଶପାଇଁ ବହୁତ ବଡ଼ ଉପଲବ୍ଧି। ଦେଶରେ ଏବେ ୧.୨୫ ଲକ୍ଷ ଷ୍ଟାର୍ଟଅପ୍ ପଞ୍ଜିକୃତ ହୋଇସାରିଛି, ଯାହାକି ଆଗାମୀ ଦିନରେ ଆହୁରି ବୃଦ୍ଧି ପାଇବ ବୋଲି ଆଶା। ମୋଦୀ ଏହି ଅବସରରେ ଦେଶରେ ସ୍ୱଚ୍ଛତା ଅଭିଯାନ ତଥା ଶୌଚାଳୟ ଯୋଜନା, ଉଜ୍ଜ୍ୱଳା ଗ୍ୟାସ ଯୋଜନା ଠାରୁ ଆରମ୍ଭ କରି ଗତ ୧୦ ବର୍ଷ ମଧ୍ୟରେ ଦେଶରେ ହୋଇଥିବା ଅନେକ ବିକାଶମୂଳକ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ରର ବିଜେପି କର୍ମୀଙ୍କ ସହ ନମୋ ଆପ୍ ଜରିଆରେ ‘ମେରା ବୁଥ୍ ସବସେ ମଜବୁତ୍‌’ କାର୍ଯ୍ୟକ୍ରମ ଅଧୀନରେ କଥାବାର୍ତ୍ତା କରିଥିଲେ। ଏହି ସମୟରେ ସେ କହିଥିଲେ, ‘ମହାରାଷ୍ଟ୍ରରେ ଏନ୍‌ଡିଏ ସରକାରଙ୍କ ଅଢେଇ ବର୍ଷ କାର୍ଯ୍ୟକାଳ ଦ୍ୱାରା ମହାରାଷ୍ଟ୍ରର ଲୋକମାନେ ବହୁ ପ୍ରଭାବିତ ହୋଇଛନ୍ତି। ମହାରାଷ୍ଟ୍ରର ଲୋକମାନେ ଚାହୁଁଛନ୍ତି ଯେ ଏହି ସରକାର ଆସନ୍ତା ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜାରି ରହୁ।’ ଏହି ଅବସରରେ ମୋଦୀ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଙ୍କୁ ସମାଲୋଚନା କରିବାକୁ ମଧ୍ୟ ଭୁଲିନାହାନ୍ତି। ମୋଦୀଙ୍କ କହିବାନୁସାରେ ଯେତେବେଳେ ଏସସି, ଏସଟି ଏବଂ ଓବିସି ସମ୍ପ୍ରଦାୟ କମ୍ ସଚେତନ ଥିଲେ, ସେମାନେ କେନ୍ଦ୍ରରେ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ଏକ ସରକାର ଉପଭୋଗ କରିଥିଲେ। ତେବେ ଏହି ସମ୍ପ୍ରଦାୟଗୁଡ଼ିକ ମିଳିତ ହେବାପରେ କଂଗ୍ରେସର ପ୍ରାଧାନ୍ୟ ହ୍ରାସ ପାଇବାରେ ଲାଗିଲା। ବର୍ତ୍ତମାନ, ଏହି ସମ୍ପ୍ରଦାୟଗୁଡିକ ମଧ୍ୟରେ କଂଗ୍ରେସ ଏକ ଗଭୀର ବିଭେଦ ସୃଷ୍ଟି କରିବାକୁ ଚାହୁଁଛି ଯାହାଦ୍ୱାରା ସେମାନଙ୍କୁ ବିରୋଧ କରିବାକୁ କୌଣସି ଶକ୍ତି ଯେମିତି ବାକି ରହିବେ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking