22.1 C
Bhubaneswar
Thursday, December 25, 2025
Homeଓଡିଶାଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ନବୀନ ସରକାରଙ୍କ ସମୟରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକୁ ବିଜେପି...

ଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ନବୀନ ସରକାରଙ୍କ ସମୟରେ ହୋଇଥିବା ଅନେକ ବିକାଶମୂଳକ କାର୍ଯ୍ୟକୁ ବିଜେପି ସରକାର ଆଗେଇ ନିଅନ୍ତୁ: ବିଜେଡି

 ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ
 ତିନି ଆଦିବାସୀ ବରପୁତ୍ରଙ୍କ ନାମରେ ତିନୋଟି ମେଡିକାଲ କଲେଜ
 ଆଦିବାସୀଙ୍କ ସଂସ୍କୃତି ଓ ଐତିହ୍ୟର ବିକାଶ ପାଇଁ ୨୩ ଜିଲ୍ଲାରେ ଏସ୍‌ଡିସି
ଭୁବନେଶ୍ୱର, : ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଗତକାଲି ପାଳିତ ହୋଇଥିବା ବେଳେ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ମିଡିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ, ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏହି ମହାନ ଆଦିବାସୀ ଜନ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ସମର୍ପିତ ଥିଲା ବୋଲି କହିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ରାଉରକେଲା ଠାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ସହିତ ଆଦିବାସୀ ସମ୍ପ୍ରଦାୟର ପ୍ରିୟ ଖେଳ ହକିକୁ ସ୍ଥାନୀୟ ଠାରୁ ଆନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହନ ଦିଆଯାଇଥିଲା। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ସ୍ତରରୁ କଲେଜ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଅନ୍ୱେଷା ଯୋଜନା ମାଧ୍ୟମରେ ସେମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଛି। ସାକ୍ଷରତା ପହଞ୍ଚି ନଥିବା ବଣ୍ଡା ଜନଜାତି ମାନଙ୍କର ଶିକ୍ଷାର ବିକାଶ ହୋଇ ସେମାନେ ମଧ୍ୟ ସଫଳତା ଆଡ଼କୁ ଅଗ୍ରସର ହୋଇଛନ୍ତି। ନିକଟରେ ବଣ୍ଡା ଜନଜାତି ସମ୍ପ୍ରଦାୟରୁ ଜଣେ ଝିଅ ଓଏଏସ ପାଇବା ଏଇ ସଫଳତାର ଏକ ଉଦାହରଣ ବୋଲି ଶ୍ରୀ ମିଶ୍ର କହିଥିଲେ।

ସ୍ୱାସ୍ଥ୍ୟ କ୍ଷେତ୍ରରେ, ରାଜ୍ୟରେ ଅତି କମ୍‌ରେ ୮ଟି ନୂଆ ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ, ୩ଟି ମେଡିକାଲ କଲେଜର ନାମ ଆଦିବାସୀ ବରପୁତ୍ର ମାନଙ୍କ ନାମରେ ନାମିତ କରାଯାଇଛି। ସେଗୁଡିକ ହେଲା, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ, ସହିଦ ଲକ୍ଷଣ ନାୟକ ମେଡିକାଲ କଲେଜ ଓ ରେଣ୍ଡୋ ମାଝୀ ମେଡିକାଲ କଲେଜ। ସେହିପରି ଆଦିବାସୀ ମାନଙ୍କ ବିକାଶକୁ ଫୋକସ କରିବା ଲକ୍ଷ୍ୟରେ ଓ ଆଦିବାସୀଙ୍କ ପୁରାତନ ସଭ୍ୟତା ଓ ସଂସ୍କୃତିର ବିକାଶ ପାଇଁ ନବୀନଙ୍କ ଦ୍ୱାରା ରାଜ୍ୟର ୨୩ଟି ଜିଲ୍ଲାରେ ସ୍ପେସିଆଲ ଡେଭେଲପମେଌକ୍ଷଗ୍ଧ; କାଉନସିଲ ଗଠନ କରାଯାଇଥିଲା।

ଅପରପକ୍ଷରେ, ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସମସ୍ୟାର ସମାଧାନ ପାଇଁ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ସ୍ୱର ଉତ୍ତୋଳନ କରିଥିଲେ। ଆଦିବାସୀ ମାନଙ୍କ କଥିତ ଭାଷା ଯଥା, ମୁଣ୍ଡାରୀ, ହୋ, ସଉରା, ଭୂମିଜ ଓ କୁଇ ଇତ୍ୟାଦିକୁ ସମ୍ୱିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି ରଖିଥିଲେ। ତେଣୁ ରାଜ୍ୟର ବିଜେପି ସରକାର ଯଦି ପ୍ରକୃତରେ ରାଜ୍ୟର ଆଦିବାସୀ ମାନଙ୍କ ବିକାଶ ଚାହୁଁଛନ୍ତି, ନବୀନଙ୍କ ସମୟରେ ନିଆଯାଇଥିବା ଲୋକାଭିମୁଖୀ ପଦକ୍ଷେପ ଗୁଡିକୁ ମଧ୍ୟ ଆଗକୁ ନେବାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking