20.1 C
Bhubaneswar
Saturday, November 16, 2024
Homeଓଡିଶାଆଠଗଡ଼ ରେଞ୍ଜରେ  ହାତୀ ଗଣନା

ଆଠଗଡ଼ ରେଞ୍ଜରେ  ହାତୀ ଗଣନା

ଭୁବନେଶ୍ୱର : ଗତ ୧୪ ଓ ୧୫ ଦୁଇଦିନ ଧରି ଢେଙ୍କାନାଳ ଜିଲ୍ଲାରେ  ହାତୀ ଗଣନା ହୋଇଛି। ହାତୀ ସଂଖ୍ୟାରେ ଶିମିଳିପାଳ ଏକ ନମ୍ୱର୍ ହୋଇଥିବା ବେଳେ ଦ୍ଵିତୀୟରେ ରହିଛି ଢେଙ୍କାନାଳ। ବନଖଣ୍ଡ ଅଧିନରେ ଥିବା ପାଞ୍ଚଟି ରେଞ୍ଜରେ ହାତୀ ଗଣନା ଆରମ୍ଭ ହୋଇଛି । ପ୍ରତି ରେଞ୍ଜରେ ୩ ଜଣିଆ ଟିମ୍ ଗଣନା କାର‌୍ୟ୍ୟରେ ଲାଗିଛନ୍ତି। ଆଠଗଡ଼ ରେଞ୍ଜ, ଖୁଣ୍ଟୁଣୀ, ବଡ଼ମ୍ବା , ନରସିଂହପୁର ପୂର୍ବ ଓ ନରସିଂହପୁର ପଶ୍ଚିମ ରେଞ୍ଜର ବିଭିନ୍ନ ସ୍ଥାନରେ ବୁଲି ହାତୀମାନଙ୍କ ଗଣନା ଚାଲିଛି।ହାତୀ ଗଣନା ପାଇଁ ଜିଲାରେ ସମସ୍ତ ୮ଟି ରେଞ୍ଜରେ ରେଞ୍ଜର, ଫରେଷ୍ଟ ଗାର୍ଡ, ଡେପୁଟୀ ରେଞ୍ଜର ଓ ଫରେଷ୍ଟର ଏବଂ ହାତୀ ସ୍କ୍ୱାଡ କର୍ମଚାରୀ, ଟ୍ରାକର ଆଦିଙ୍କୁ ନେଇ ୪୦୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ନିୟୋଜିତ କରାଯାଇଛି ।ବର୍ଷକୁ ଦୁଇ ଥର ଅର୍ଥାତ୍ ଗ୍ରୀଷ୍ମ ଋତୁ ଏବଂ ଶୀତ ଋତୁରେ ଏହି ଗଣନା କରାଯାଇଥାଏ । ଆସନ୍ତା ୧୭ ତାରିଖରେ ହାତୀ ଗଣନା ରିପୋର୍ଟ ଆସିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking