19.1 C
Bhubaneswar
Wednesday, February 11, 2026
Homeଓଡିଶାଟ୍ରେନ ଆଗରେ ରିଲ୍ସ କଲେ ରୁଜୁ ହେବ ମାମଲା

ଟ୍ରେନ ଆଗରେ ରିଲ୍ସ କଲେ ରୁଜୁ ହେବ ମାମଲା

ଭୁବନେଶ୍ୱର : ଚଳନ୍ତା ଟ୍ରେନ୍ ସମ୍ମୁଖରେ ବା ଟ୍ରାକ୍ ଉପରେ ରିଲ୍ସ କରିବା ଏବେ ମହଙ୍ଗା ପଡ଼ିବ। ଏପରି କରୁଥିବା ଲୋକଙ୍କ ବିରୋଧରେ ରୁଜୁ ହେବ ମାମଲା। ଏନେଇ କେନ୍ଦ୍ର ସରକାର ଶକ୍ତ ଆଭିମୁଖ୍ୟ ଆପଣାଇଥିବା ବେଳେ ରେଳୱେ ବୋର୍ଡ ବିଜ୍ଞପ୍ତି ଜାରି କରିଛି। ଭାଇରାଲ ହେବା ମୋହରେ କେତେବେଳେ ଟ୍ରାକ୍ ଉପରେ ଯୁବ ପିଢ଼ି ଶୋଇ ପଡ଼ି ରିଲ୍ କରୁଛନ୍ତି ତ କେତେବେଳେ ଚଳନ୍ତା ଟ୍ରେନ୍ ଆଗରେ ଶୁଟ୍ କରୁଛନ୍ତି ଭିଡିଓ । ଫଳରେ ଅକାଳରେ ଚାଲି ଯାଉଛି ବହୁ ଜୀବନ । ଏଥିସହ ବହୁ ରେଳ ଯାତ୍ରୀଙ୍କ ଜୀବନ ବିପଦ ମୁହଁକୁ ଠେଲି ହେଉଥିବା ବେଳେ ରେଳ ବିଭାଗର ବି କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହେଉଛି।ଏଥିନେଇ ଜିରୋ ଟଲରାନ୍ସ ନୀତି ଆପଣାଇଛନ୍ତି ସରକାର। ଏପରି କଲେ ରୁଜୁ ହେବ ମାମଲା ଓ ନିଆଯିବ କଡ଼ା କାର‌୍ୟ୍ୟାନୁଷ୍ଠା। ଏନେଇ ରେଲୱେ ପକ୍ଷରୁ ସବୁ ଜୋନ୍‌କୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking