17.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଶିରୋମଣୀ ଦଳ ଅଧ୍ୟକ୍ଷ ପଦରୁ ସୁଖବୀରଙ୍କ ଇସ୍ତଫା

ଶିରୋମଣୀ ଦଳ ଅଧ୍ୟକ୍ଷ ପଦରୁ ସୁଖବୀରଙ୍କ ଇସ୍ତଫା

ପଞ୍ଜାବ :ଶିରୋମଣି ଅକାଳୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ସୁଖବୀର ସିଂହ ବାଦଲ। ସେ ଦଳର କାର‌୍ୟ୍ୟକାରୀ କମିଟିକୁ ନିଜର ଇସ୍ତଫା ପତ୍ର ପଠାଇଥିବା ଜଣାପଡ଼ିଛି। ଏନେଇ ପଞ୍ଜାବର ପୂର୍ବତନ ଶିକ୍ଷା ମନ୍ତ୍ରୀ ତଥା ଅକାଳୀ ଦଳର ବରିଷ୍ଠ ନେତା ଦଲଜିତ ସିଂହ ଚୀମା ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି।
ଏକ୍ସରେ ସେ ଲେଖିଛନ୍ତି, ଦଳର ନୂଆ ସଭାପତି ନିର୍ବାଚନ ପାଇଁ ବାଟ ଫିଟାଇବାକୁ ଆଜି ଦଳର ସଭାପତି ସୁଖବୀର ସିଂହ ବାଦଲ ତାଙ୍କ ଇସ୍ତଫା ପତ୍ର ଦଳର କାର‌୍ୟ୍ୟକାରୀ କମିଟିକୁ ଦେଇଛନ୍ତି। ତାଙ୍କ ନେତୃତ୍ୱରେ ବିଶ୍ୱାସ ପ୍ରକାଶ କରି ତାଙ୍କ କାର‌୍ୟ୍ୟକାଳ ମଧ୍ୟରେ ହୃଦୟରୁ ସମର୍ଥନ ଏବଂ ସହଯୋଗ ଦେଇଥିବାରୁ ସୁଖବୀର ବାଦଲ ଦଳର ସମସ୍ତ ନେତା ତଥା କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking