ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କ୍ରମାଗତ ବାୟୁର ଗୁଣବତ୍ତା ‘ଗୁରୁତର’ ଶ୍ରେଣୀରେ ରହିଥିବା ବେଳେ ସ୍ଥିତି ସାଂଘାତିକ ହେଉଛି । ଏନ୍ସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ର ତୃତୀୟ ପର୍ୟ୍ୟ।ୟ ପଦକ୍ଷେପ ଲାଗୁ ହୋଇଛି। ସକାଳ ୯ଟା ସୁଦ୍ଧା ଦିଲ୍ଲୀର ହାରାହାରି ବାୟୁ ଗୁଣବତ୍ତା ସୂଚକାଙ୍କ ବା ଏକ୍ୟୁଆଇ ୪୧୧ ରହିଛି । ଯାହାକି ବେଶ ସାଂଘାତିକ ବୋଲି କୁହାଯାଏ । ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ସେପଟେ ଚିନ୍ତା ବଢ଼ାଇଛି ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସୂଚନା । କୁହାଯାଉଛି ଦିଲ୍ଲୀର ବାୟୁ ଏତେ ବିଷାକ୍ତ ହେଲାଣି କି ନିଶ୍ବାସ ପ୍ରଶ୍ବାସ ନେବା ବେଶ କଷ୍ଟ ହେଉଛି । ୨୫ରୁ ୩୦ଟି ସିଗାରେଟ ଯେତିକି କ୍ଷତିକାରକ ସେତିକି କ୍ଷତି ରାଜଧାନୀର ବାୟୂ । ଏହା ବିଶେଷ କରି ବୟସ୍କ, ଶିଶୁ ଓ ଶ୍ବାସଜନିତ ରୋଗୀଙ୍କ ପାଇଁ ଜୀବନହାନିର କାରଣ ହୋଇପାରେ ।