20.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶସ୍ୱାମୀ ସ୍ତ୍ରୀ’ଙ୍କ କଳିରେ ମୁଣ୍ଡ ପୁରାଇ ଜୀବନ ହରାଇଲେ ବୃଦ୍ଧା

ସ୍ୱାମୀ ସ୍ତ୍ରୀ’ଙ୍କ କଳିରେ ମୁଣ୍ଡ ପୁରାଇ ଜୀବନ ହରାଇଲେ ବୃଦ୍ଧା

ନୂଆଦିଲ୍ଲୀ: ସ୍ତ୍ରୀ’କୁ ଅମାନୁଷିକ ମାଡ଼ ମାରୁଥିଲେ ବ୍ୟକ୍ତି, ଝଗଡା ସମାଧାନ କରିବାକୁ ଯାଇ ଜୀବନ ହରାଇଲେ ବୃଦ୍ଧା। ବୁଧବାର ଏପରି ଏକ ଅଭାବନୀୟ ଘଟଣା ଘଟିଛି ଦିଲ୍ଲୀର ମୁକୁନ୍ଦପୁର ଅଞ୍ଚଳରେ। ପିଡୀତ ରଣ ସିଂହଙ୍କ ବୟସ ୬୦ ହୋଇଥିବା ବେଳେ ଅଭିଯୁକ୍ତ ଧୀରଜର ବୟସ ୪୨ ଅଟେ। “ଘଟଣା ଦିନ ଧୀରଜ ତାଙ୍କ ପତ୍ନୀଙ୍କୁ ମାଡ ମାରୁଥିଲେ। ପଡୋଶୀ ରଣ ସିଂ ଏହା ଦେଖି ସେମାନଙ୍କ ବିବାଦର ସମାଧାନ ପାଇଁ ତାଙ୍କ ଘରକୁ ଯାଇଥିଲେ ବୋଲି ଡେପୁଟି କମିଶନର ପୋଲିସ (ବାହ୍ୟ ଉତ୍ତର) ନିଧିନ୍ ଭାଲସନ କହିଛନ୍ତି। ତେବେ ସିଂଙ୍କ ହସ୍ତକ୍ଷେପରେ ରାଗିଯାଇ ଧୀରଜ ତାଙ୍କୁ ଲୁହା ରଡରେ ମୁଣ୍ଡରେ ଆଘାତ କରିଥିଲେ। ଏହାପରେ ରଣ ସିଂ ପ୍ରଥମ ମହଲାର ସିଡ଼ିରୁ ଖସିପଡିଥିଲେ। ତାଙ୍କୁ ଜାହାଙ୍ଗୀରପୁରୀର ବାବୁ ଜଗଜୀବନ ରାମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ କହିଛି ଯେ ସିଂଙ୍କ ପୁତୁରା ପୋଲିସକୁ ଧୀରଜ ଆକ୍ରମଣ ବିଷୟରେ ସୂଚନା ଦେଇଥିଲେ। ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣକ ଡ୍ରାଇଭର ହୋଇଥିବା ବେଳେ ପତ୍ନୀଙ୍କ ସହ ନିୟମିତ ଝଗଡା କରୁଥିଲେ ଏବଂ ତାଙ୍କୁ ପ୍ରତି ଶାରୀରିକ ନିର୍ଯାତନା ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଲଜ କରୁଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking