25.1 C
Bhubaneswar
Saturday, March 7, 2026
Homeଓଡିଶାନୂଆବର୍ଷ ପୂର୍ବରୁ ନୂଆରୂପ ପାଇବ ଶ୍ରୀମନ୍ଦିର

ନୂଆବର୍ଷ ପୂର୍ବରୁ ନୂଆରୂପ ପାଇବ ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର ଓ ପତିତପାବନଙ୍କ ମନ୍ଦିର ସଂପୂର୍ଣ୍ଣ ରୁପା ଆଚ୍ଛାଦିତ କରାଯିବ। ଡିସେମ୍ବର ୨୫ ପୂର୍ବରୁ ଏହି କାମ ଶେଷ ହେବ। ଇଂରାଜୀ ନବବର୍ଷରେ ଶ୍ରୀମନ୍ଦିର ଓ ପତିତପାବନଙ୍କ ମନ୍ଦିରର ଏହି ନୂଆରୂପ ଭକ୍ତମାନେ ଦେଖିପାରିବେ ବୋଲି ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ମାଧବ ପୂଜାପଣ୍ଡା ସାମନ୍ତ କହିଛନ୍ତି। ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଆଜି ସଂଧ୍ୟାରେ କାର୍ତ୍ତିକ ପୂର୍ଣ୍ଣିମା ନୀତିକାନ୍ତି, ଦର୍ଶନ ଓ ଶ୍ରୀମନ୍ଦିରର ବିଭିନ୍ନ ବିକାଶ ସଂପର୍କରେ ଆଲୋଚନା ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିରରେ ବିଭିନ୍ନ ସ୍ଥାନରେ ରୁପା ଆଚ୍ଛାଦନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବୈଠକରେ ବିଭିନ୍ନ ନିଯୋଗର ବରିଷ୍ଠ ସେବାୟତ, ପୂର୍ବତନ ପରିଚାଳନା କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ସିଂହଦ୍ବାରରେ ଜମଶିଳା ଅଛି, ତାକୁ ରୁପା ଛାଉଣି କରିବାକୁ ପ୍ରସ୍ତାବ ଆସିଥିଲା।

ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା। ବୈଠକ ପରେ ଶ୍ରୀମନ୍ଦିର ପୂଜାପଣ୍ଡା ନିଯୋଗ ସଂପାଦକ ତଥା ପୂର୍ବତନ ପରିଚାଳନା କମିଟି ସଦସ୍ୟ ଶ୍ରୀ ପୂଜାପଣ୍ଡା ସାମନ୍ତ କହିଛନ୍ତି, ସିଂହଦ୍ବାରରେ ଜମଶିଳା ଅଛି, ତାକୁ ରୁପା ଛାଉଣି କରିବାକୁ ପ୍ରସ୍ତାବ ଆସିଥିଲା। ଅଣସର ବେଳେ ଅଣସର ଠାକୁର ମହାପ୍ରଭୁ ଯେଉଁ ଖଟରେ ବସୁଛନ୍ତି, ସେ ଖଟ ବି ରୁପା କରିବାକୁ ପ୍ରସ୍ତାବ ରହିଥିଲା। ସେହିଭଳି ମହାପ୍ରଭୁଙ୍କ ଚଳନ୍ତୀ ପ୍ରତୀମା ମଦନମୋହନଙ୍କ ସମେତ ଶ୍ରୀଦେବୀ, ଭୂଦେବୀ ଓ ଅନ୍ୟ ଦେବବେଦୀଙ୍କୁ ମିଶାଇ ୭ଟି ପ୍ରଭା ରୁପାରେ ତିଆରି କରିବାକୁ ପୂର୍ବ ପରିଚାଳନା କମିଟି ନିଷ୍ପତ୍ତି ନେଇଥିଲା। ପତିତପାବନ ମନ୍ଦିର ଓ ସିଂହାସନ ଆଚ୍ଛାଦିତ କରିବାକୁ ବି ଯୋଜନା କରାଯାଇଥିଲା। ଆଜି ଏସବୁର ଡିଜାଇନ୍‌ ପ୍ରଦର୍ଶିତ ହୋଇଥିଲା। ପତିତପାବନ ମନ୍ଦିର ଓ ସିଂହାସନର ମାପ ଯେହେତୁ ଡିଜାଇନର୍‌ମାନେ ଆଣିନଥିଲେ, ତେଣୁ ଏହା ଚୂଡ଼ାନ୍ତ ହୋଇପାରିନି। କିନ୍ତୁ ସିହଂଦ୍ବାର ଜମଶିଳାରେ ଲାଗିବାକୁ ଥିବା ରୁପା ଡିଜାଇନ୍‌ରେ ସାମାନ୍ୟ ସଂଶୋଧନ କରାଯାଇଛି ଓ କେଉଁ ଡିଜାଇନ୍‌ର ରୁପା ଲାଗିବ ଚୂଡ଼ାନ୍ତ ହୋଇସାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking