25.1 C
Bhubaneswar
Thursday, December 26, 2024
Homeଓଡିଶାଆସନ୍ତା ୨୦ରୁ ବରଗଡରୁ ଧାନ ସଂଗ୍ରହ ଆରମ୍ଭ

ଆସନ୍ତା ୨୦ରୁ ବରଗଡରୁ ଧାନ ସଂଗ୍ରହ ଆରମ୍ଭ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ  ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ ସେହିପରି  ନଭେମ୍ବର ୨୨ରେ ସମ୍ବଲପୁର ଏବଂ ପରେ  ସବୁ ଜିଲ୍ଲାରୁ  ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ  ।  ଏଥିନିମନ୍ତେ ଆସନ୍ତା ୧୫ ତାରିଖରୁ  ଚାଷୀଙ୍କୁ ଟୋକନ ଦିଆଯିବ ।  ନଭେମ୍ବର ୨୦ରୁ ଡିସେମ୍ବର ୭ ତାରିଖ ଯାଏଁ ଧାନ ସଂଗ୍ରହ ଚାଲିବ ।  ଧାନର ସର୍ୱନିମ୍ନ ସହାୟକ ମୂଲ୍ୟ  କୁଇଣ୍ଟାଲ ପିଛା  ୨୩ଶହ ଟଙ୍କା ପ୍ରଦାନ କରାଯିବ । ଡିସେମ୍ବର ୮ ତାରିଖରୁ  ୨୩ ଶହ ଟଙ୍କା ସହିତ  ଅତିରିକ୍ତ  ୮ ଶହ ଟଙ୍କା  ଚାଷୀଙ୍କ ବ୍ୟାଙ୍କ ଖଆଥଆକୁ ୪୮ ଘଣ୍ଟା ମଧ୍ୟରେ  ଡିବିଟି ଜରିଆରେ  ପ୍ରଦାନ କରାଯିବ ।  ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟପକ୍ଷରୁ ସୂଚନା ଦିଆଯାଇଛି  ା  ଡିସେମ୍ବର ୮ରେ ବରଗଡ ସୋହେଲାରେ  ରାଜ୍ୟସ୍ତରୀୟ କୃଷକ ସମାବେଶ ହେବ ।  ଏହି ସମାବେଶରୁ  କୁଇଣ୍ଟାଲ ପିଛା ଅତିରିକ୍ତ ୮ଶହ ଟଙ୍କା  ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking