27.1 C
Bhubaneswar
Sunday, March 29, 2026
Homeଓଡିଶାରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବ ଅନୁମୋଦନ

ରାଜ୍ୟ କ୍ୟାବିନେଟରେ ୮ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ବର : ରାଜ୍ୟ କ୍ୟାବିନେଟ ବୈଠକରେ ୮ ପ୍ରସ୍ତାବ ଉପରେ ମୋହର ଲାଗିଛି। ସେଥିମଧ୍ୟରୁ ୫ ଟି ମସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ପ୍ରସ୍ତାବ ରହିଛି। ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଧ୍ୟେୟକ ୨୦୨୪ ପ୍ରଣୟଣକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । କୌଣସି ସରକାରୀ ପରୀକ୍ଷା ପ୍ରକ୍ରିୟାରେ ବ୍ୟାଘାତ କିମ୍ବା ଚଞ୍ଚକତା କଲେ ରହିବ ଦଣ୍ଡ ବିଧାନ । ୩ ରୁ ୫ ବର୍ଷ ଜେଲ ସହ ୧୦ ଲକ୍ଷ ଜୋରିମାନା କରାଯିବ। ସେହିପରି ସେବା ପ୍ରଦାନ କାରୀକୁ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିିମାନା ହୋଇପାରେ ।

ପ୍ରାଣୀ ସମ୍ପଦ ସମୃଦ୍ଧି ଯୋଜନାକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ଏଥିରେ ୫ ବର୍ଷରେ ଖର୍ଚ୍ଚ ହେବ ୧୦୩୧ କୋଟି । ୩ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବ। ୫ ଲକ୍ଷ ଅଣ୍ଡା ପ୍ରତିଦିନ ଉତ୍ପାଦନ ହେବ । ୯୫.୫୮ ମେଟ୍ରିକ ଟନ କୁକୁଡ଼ା ମାଂସ ଉତ୍ପାଦନ ହେବ । ସେହିପରି ମସ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସୃଦୁଢ ପାଇଁ ୩ ବର୍ଷ ପାଇଁ ୪୪୯ କୋଟି ଟଙ୍କା ଖର୍ଚ୍ଚ ହେବ। ଗୋ-ମାତା ନାରେ ଏକ ନୂଆ ଯୋଜନାକୁ ମଞ୍ଜୁରୀ ମିଳିଛି ।ଏଥିରେ ୩ ବର୍ଷ ପାଇଁ ୩୪୨ କୋଟି ଟଙ୍କା ଖର୍ଚ୍ଚ ହେବ। ବାର୍ଷିକ ୨.୫ କୋଟି ଭ୍ୟାକ୍ସିନ, ୧.୩୦ କୋଟି ପ୍ରାଣୀଧନ ଚିକିତ୍ସା କରାଯିବ ।

ଜଳ ସମ୍ପଦ ଭିତ୍ତି ଭୂମି ଉନ୍ନୟନ କାର୍ଯ୍ୟକ୍ରମରେ ୯୬୫୨ କୋଟି ବ୍ୟୟବରାଦକୁ କ୍ୟାବିନେଟ ଅନୁମୋଦନ ମିଳିଛି। ଏହି କାର୍ଯ୍ୟକ୍ରମରେ ୬୪୩୫ ହେକ୍ଟର ସେଚା ଅଞ୍ଚଳ ଏବଂ ଏକ ଲକ୍ଷ ୫୮ ହଜାର ହେକ୍ଟର ଅତିରିକ୍ତ ସେଚା ଜଳ ସୃଷ୍ଟି କରାଯିବ ବୋଲି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି।

କ୍ୟାବିନେଟ୍ ନିଷ୍ପତ୍ତି: ସରକାରୀ ଚାକିରି ଚୟନ ପରୀକ୍ଷାରେ ସ୍ୱଚ୍ଛତା ପାଇଁ ନୂଆ ଆଇନ, ୫ବର୍ଷ ଜେଲ,୧୦ଲକ୍ଷ ଜୋରିମାନା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking