ଭୁବନେଶ୍ୱର : ବଢିଲା ଓଲିଉଡ କଳି । ଗତକାଲି ମନୋଜ ମିଶ୍ରଙ୍କ ନାଁରେ ମାମଲା ପରେ ଆଜି ନିର୍ମାତା ନିର୍ଦ୍ଦେଶକଙ୍କ ସଂଘ ଉପରେ ପ୍ରବଳ ବର୍ଷିଛନ୍ତି ଅଭିନେତା ମନୋଜ ମିଶ୍ର । ପ୍ରେସମିଟ କରି ସମସ୍ତଙ୍କ ଉପରେ ଗର୍ଜିଛନ୍ତି ମନୋଜ । କହିଛନ୍ତି, ସିନେମା ଆମ ଓଡିଶାର ଅସ୍ମିତା ଓ ସଂସ୍କୃତ୍ତିର ପରିଚୟ । ଭଲ ସିନେମା ପରିଚୟ ସୃଷ୍ଟି କରିବା ସହ ଲବୁବେଳେ ଖରାପ ସିନେମାକୁ ଖରାପ ବୋଲି କହିଛି । ଆଗକୁ ବି ଖରାପ ସିନେମା ବିରୋଧରେ କହିବା ଜାରି ରଖିବେ । ଯାହା ହୋଇଗଲେ ବି ମୁଁ କହିବି କହିଛନ୍ତି ମନୋଜ । ସେ ଆହୁରି କହିଛନ୍ତି , ମୁଁ ମୋ ପାଇଁ କହୁନି ଆଗାମୀ ପିଢି ପାଇଁ କହୁଛି ଏହା ଛଡା ନାଁ ନେଇ କିଛି ନିର୍ମାତା , ନିର୍ଦ୍ଦେଶକଙ୍କୁ ଟାର୍ଗେଟ କରିଛନ୍ତି ମନୋଜ । କିଛି ସିନେମାର ନାଁ ନେଇ ମଧ୍ୟ ସମାଲୋଚନା କରିଛନ୍ତି ମନୋଜ ମିଶ୍ର । ମନୋଜ ଅଭିଯୋଗକୁ କାଉଣ୍ଟର କରିଛନ୍ତି ସବ୍ୟସଚୀ ମହାପାତ୍ର ।