ନୂଆଦିଲ୍ଲୀ ; ବୁଲଡୋଜର ଆକ୍ସନକୁ ନେଇ ସୁପ୍ରିମ କୋର୍ଟଙ୍କ କଡା ଭର୍ଚ୍ଛନା । ଏନେଇ ଗାଇଡଲାଇନ ଜାରି କଲେ ସୁପ୍ରିମ କୋର୍ଟ । କେବଳ ଏତଲା ଆଧାରରେ ଘର ଭାଙ୍ଗି ପାରିବେନି କହିଲେ ସୁପ୍ରିମକୋର୍ଟ । ଭାଙ୍ଗିବାର ୧୫ ଦିନ ପୂର୍ବରୁ ନୋଟିସ ପଠାଇବା ଜରୂରୀ ଅଟେ । ଘର ଭାଙ୍ଗିବା ବେଳେ ଭିଡିଓଗ୍ରାଫି ହେବା ଉଚିତ । ଏହା ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୁର୍ଣ୍ଣି କରୁଛି କହିଛନ୍ତି ସୁପ୍ରିମ କୋର୍ଟ । ଆହୁରି କହିଛନ୍ତି, ଯଦି ଜଣେ ଅଭିଯୁକ୍ତ , ତେବେ ପୂରା ପରିବାରକୁ ଦଣ୍ଡ କାହିଁକି ?