18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମଣିପୁରରେ ଲାଗିଲା କର୍ଫ୍ୟୁ; ବନ୍ଦ ଡାକରା ଦେଲା କୁକି ସଙ୍ଗଠନ

ମଣିପୁରରେ ଲାଗିଲା କର୍ଫ୍ୟୁ; ବନ୍ଦ ଡାକରା ଦେଲା କୁକି ସଙ୍ଗଠନ

ଇମ୍ଫାଲ: ଦିନକ ପୂର୍ବେ ସିଆରପିଏଫ୍ ଯବାନ୍‌ଙ୍କ ଗୁଳିରେ ଜିରିବାମ୍ ଜିଲ୍ଲାରେ ୧୧ ସନ୍ଦିଗ୍ଧ କୁକି ଉଗ୍ରବାଦୀ ନିହତ ହୋଇଥିଲେ ଏବଂ ଅନ୍ୟ ୨ ଯବାନ ଆହତ ହୋଇଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ମଣିପୁରରେ କର୍ଫ୍ୟୁ ଲାଗୁ କରିଦିଆଯାଇଛି। ସେହିପରି ଇଣ୍ଟରନେବା ସେବାକୁ ମଧ୍ୟ ବନ୍ଦ କରାଯାଇଛି। ରିପୋର୍ଟ ଅନୁସାରେ କୁକି ସଂଗଠନ ପକ୍ଷରୁ ଆଜି ୧୨ ଘଣ୍ଟିଆ ମଣିପୁର ବନ୍ଦ ଡାକରା ଦିଆଯାଇଥିଲା। ସକାଳ ଭୋର ୫ଟାରୁ ସନ୍ଧ୍ୟା ୬ଟା ଯାଏ ରାଜ୍ୟର ପାହାଡିଆ ଅଞ୍ଚଳରେ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା କରାଯାଇଥିଲା। ପୀଡିତମାନଙ୍କୁ ସମ୍ମାନ ଜଣାଇବା ଏବଂ ସାମୂହିକ ଦଃଖ ଏବଂ ଏକତାକୁ ପ୍ରକାଶ କରିବା ପାଇଁ କୁକି-ଜୋ କାଉନସିଲ୍ ପକ୍ଷରୁ ଏହି ବନ୍ଦ ଘୋଷଣା କରାଯାଇଥିଲା। ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ପ୍ରାନ୍ତରେ କର୍ଫ୍ୟୁ ଘୋଷଣା କରାଯାଇଛି। ସିଆରପିଏଫ୍ ଯବାନ୍‌ଙ୍କ ଗୁଳିମାଡରେ ୧୧ କୁକି ବିଦ୍ରୋହୀ ପ୍ରାଣ ହରାଇବା ଭଳି ହିଂସାକୁ ନିନ୍ଦା କରିବା ସହ ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ତୁରନ୍ତ ଏବଂ ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ଦାବି କରୁଛୁ ବୋଲି କୁକି ଜୋ କାଉନସିଲ କହିଛି। ସେହିପରି ଅନ୍ୟ ଏକ ରିପୋର୍ଟ ଅନୁସାରେ ଗତକାଲିର ଏନ୍‌କାଉଣ୍ଟର ପରେ ଜିରିବାମ୍ ଜିଲ୍ଲାରୁ ୩ ମହିଳା ଓ ୩ ପିଲା ନିଖୋଜ ରହିଥିବା ଜଣାପଡିବା ପରେ ପରିସ୍ଥିତି ଅଧିକ ଖରାପ ହୋଇପଡିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking