24.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଡେରାଡୁନରେ ଭୟଙ୍କର ଦୁର୍ଘଟଣା: ୬ ମୃତ

ଡେରାଡୁନରେ ଭୟଙ୍କର ଦୁର୍ଘଟଣା: ୬ ମୃତ

ଡେରାଡୁନ୍‌: ସୋମବାର ବିଳମ୍ବିତ ରାତିରେ ଉତ୍ତରାଖଣ୍ଡର ରାଜଧାନୀ ଡେରାଡୁନ୍ ଠାରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ୬ଜଣଙ୍କ ମୃତ୍ୟୁ ହେବା ଭଳି ଅତ୍ୟନ୍ତ ଅଭାବନୀୟ ଘଟଣା ସମ୍ପର୍କରେ ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୩ ଯୁବକ ଓ ୩ ଯୁବତୀ ରହିଥିବା ବେଳେ ଜଣେ ଯୁବକଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତାହତ ଯୁବକ ଓ ଯୁବତୀଙ୍କ ବୟସ ୨୫ ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାର ଶିକାର ହୋଇଥିବା କାରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ଡେରାଡୁନର ଓଏନଜିସି ଛକରେ ଏହି ଦୁର୍ଘଟଣା ଘଟିଛି। ଗୋଟିଏ କାରରେ ୭ ଜଣ ଯୁବକ ଯୁବତୀ ସାଙ୍ଗ ହୋଇ ବୁଲିବାକୁ ବାହାରିଥିଲେ, ତେବେ ଦୁର୍ଭାଗ୍ୟବଶତଃ ଏମାନେ ଦୁର୍ଘଟଣାର ଶିକାର ହୋଇଛନ୍ତି। ପୁଲିସ୍ ଅନୁସାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଇନୋଭା କାର୍‌ଟି ପ୍ରଥମେ ଏଠାରେ ଛିଡା ହୋଇଥିବା ଏକ କଣ୍ଟେନର ଏବଂ ପରେ ଏକ ଗଛ ସହିତ ଜୋରଦାର ଧକ୍କା ହୋଇଥିଲା। ଭାରସାମ୍ୟ ହରାଇବାରୁ ଏହି ଅଘଟଣ ଘଟିଥିବା ଅନୁମାନ କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking