19.1 C
Bhubaneswar
Thursday, February 12, 2026
Homeଓଡିଶାଆଗାମୀ ଦିନରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ମୁଳପୋଛ କରାଯିବ : ଡିଜିପି

ଆଗାମୀ ଦିନରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ମୁଳପୋଛ କରାଯିବ : ଡିଜିପି

କନ୍ଧମାଳ : ଆଜି ଫୁଲବାଣୀସ୍ଥିତ ଜିଲ୍ଲା ପୋଲିସ କାର୍ଯ୍ୟାଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଦିନରେ ମାଓବାଦୀ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଭାବେ ମୁଳପୋଛ କରାଯିବା ସହ ସେମାନଙ୍କୁ ଦୃଢ଼ ହସ୍ତରେ ଦମନ କରାଯିବା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଛି। ଉକ୍ତ ବୈଠକରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ପୋଲିସ, ସିଆରପିଏଫ, ବିଏସଏଫର ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ମାର୍ଚ୍ଚ 2026 ସୁଦ୍ଧା ନକ୍ସଲ ସମସ୍ୟାକୁ ସମାପ୍ତ କରିବାକୁ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି। ଏହି ସମୟ ସୀମା ମଧ୍ୟରେ ରାଜ୍ୟରୁ ନକ୍ସଲ ବିରୋଧୀ କାର୍ଯ୍ୟକଳାପକୁ ସମାପ୍ତ କରାଯିବା ଉପରେ ଡିଜିପି ଶ୍ରୀ ଖୁରାନିଆ ଆଶାବ୍ୟକ୍ତ କରିଛନ୍ତି।

ଅତୀତରେ ମାଓବାଦୀ ମୁକାବିଲା କ୍ଷେତ୍ରରେ ରାଜ୍ୟ ପୋଲିସ ସକ୍ରିୟ ଭୁମିକା ଗ୍ରହଣ କରି ଆସିଛି । ଆଗାମୀ ଦିନରେ ଏହାକୁ ଆହୁରି ଅଧିକ ତ୍ୱରାନ୍ୱିତ କରାଯିବ ବୋଲି ଡିଜିପି ଶ୍ରୀ ଖୁରାନିଆ ମତବ୍ୟକ୍ତ କରିଛନ୍ତି।

ଆଜିର ଏହି ବୈଠକରେ ଶ୍ରୀ ରିତ୍ବିକ ରୁଦ୍ର, ସ୍ବତନ୍ତ୍ର ନିର୍ଦ୍ଦେଶକ/ଏମ୍ (ଡିଜିପି),ଶ୍ରୀ ଅମିତ କୁମାର,ଏଡିଜି, ସେଣ୍ଟ୍ରାଲ ଜୋନ, ସିଆରପିଏଫ,ଶ୍ରୀ ବିକ୍ରମ ଠାକୁର, ଅତିରିକ୍ତ ନିର୍ଦ୍ଦେଶକ/ ଡବ୍ଲୁ, ଶ୍ରୀ ରାଜେଶ ସୁବର୍ଣ୍ଣ, ଯୁଗ୍ମ ନିର୍ଦ୍ଦେଶକ, ଭୁବନେଶ୍ୱର,ଶ୍ରୀ ଅମିତେନ୍ଦ୍ର ନାଥ ସିହ୍ନା, ଆଇଜିପି ଓଡ଼ିଶା, ଶ୍ରୀ ଜୟ ନାରାୟଣ ପଙ୍କଜ, ଆଇଜି (ଅପରେସନ)ସାର୍ଥକ ଷଡ଼ଙ୍ଗୀ, ଡିଆଇଜିପି, (ଦକ୍ଷିଣାଞ୍ଚଳ),ଅଖିଳେଶ୍ୱର ସିଂହ, ଡିଆଇଜି( ଅପରେସନ),ଶ୍ରୀ ନାଗରାଜ ଦେବରକୋଣ୍ଡା,ଏସ୍.ପି ବୌଦ୍ଧ, ଶ୍ରୀମତୀ ସ୍ୱାତୀ ଏସ୍ କୁମାର, ରାୟଗଡ଼ା ଏସ୍. ପି, ଶ୍ରୀ ଅଭିଳାଷ ଜି,ଏସ୍.ପି କଳାହାଣ୍ଡି, ଶ୍ରୀ ଗୁଣ୍ଡାଲା ରେଡ୍ଡୀ ରାଘବେନ୍ଦ୍ର, ଏସ.ପି ନୂଆପଡ଼ା,ଶ୍ରୀ ହରିଶ ବିସି, ଏସ.ପି କନ୍ଧମାଳଙ୍କ ସମେତ ବିଏସଏଫ ଓ଼ ସିଆରପିଏଫର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking