31.1 C
Bhubaneswar
Monday, March 30, 2026
Homeଦେଶ ବିଦେଶସୋମବାର ଶେଷ ଉଡ଼ାଣ ଭରିଛି ଭିସ୍ତାରା ବିମାନ; ଆଜିଠୁ ଏୟାର ଇଣ୍ଡିଆ ନାଁରେ ଆରମ୍ଭ ହେବ...

ସୋମବାର ଶେଷ ଉଡ଼ାଣ ଭରିଛି ଭିସ୍ତାରା ବିମାନ; ଆଜିଠୁ ଏୟାର ଇଣ୍ଡିଆ ନାଁରେ ଆରମ୍ଭ ହେବ ଚଳାଚଳ

ନୂଆଦିଲ୍ଲୀ: ବିମାନ ସେବା ଯୋଗାଇଆସୁଥିବା ଏୟାରଲାଇନ ‘ଭିସ୍ତାରା’ ସୋମବାର ନିଜ ଶେଷ ଉଡ଼ାଣ ଭରିଛି। ମଙ୍ଗଳବାରଠାରୁ ଏହି ଏୟାରଲାଇନ ଏୟାର ଇଣ୍ଡିଆ ଗ୍ରୁପରେ ମିଶିଯିବ। ଅର୍ଥାତ୍ ଆସନ୍ତାକାଲି ଠାରୁ ଭିସ୍ତାର ବିମାନ ଏୟାର ଇଣ୍ଡିଆ ନାମରେ ଚଳାଚଳ କରିବ। ସିଧାସଳଖ କହିଲେ ଭିସ୍ତାରା ଏୟାର ଲାଇନ୍ସରେ ଆଗୁଆ ବୁକିଂ କରିଥିବା ପ୍ରାୟ ୧,୧୫,୦୦୦ ଯାତ୍ରୀ ନିଜ ନିର୍ଦ୍ଧାରିତ ଯାତ୍ରା ସମୟରେ ଏୟାର ଇଣ୍ଡିଆ ବିମାନରେ ଯାତ୍ରା କରିବେ। ତେବେ ଏହି ବିଲୟ ସହିତ ଭାରତୀୟ ବିମାନସେବା ବ୍ୟବସାୟରେ ପୂର୍ଣ୍ଣ ସେବା ପ୍ରଦାନକାରୀ ବିମାନ ସଂଖ୍ୟା ହ୍ରାସ ପାଇ କେବଳ ଗୋଟିଏ ରହିବ। ଟାଟା ଗ୍ରୁପ୍ ଏବଂ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ ଉଦ୍ୟମରେ ଭିସ୍ତାରା ପରିଚାଳିତ ହେଉଥିଲା। ବର୍ତ୍ତମାନ ଏୟାର ଇଣ୍ଡିଆ ସହିତ ମିଶ୍ରଣ ପରେ ମଧ୍ୟ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧% ଭାଗିଦାରୀ ରହିବ। ବିଲୟ ସହିତ ଭିସ୍ତାରା ଏୟାରଲାଇନର ଫ୍ଲାଇଟ୍ କୋଡ ଆରମ୍ଭରେ ‘୨’ ଯୋଡ଼ି ହୋଇଯିବ। ଉଦାହରଣ ସ୍ୱରୂପ, ଭିସ୍ତାରାର ବର୍ତ୍ତମାନର ଫ୍ଲାଇଟ୍ କୋଡ୍ ୟୁକେ ୯୫୫ ବିମାନ ଏବେ ଏଆଇ ୨୯୫୫ ହୋଇଯିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking