28.1 C
Bhubaneswar
Wednesday, April 29, 2026
Homeଦେଶ ବିଦେଶଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ଜଣେ ଶିଶୁଙ୍କ ସମେତ ୭ ମୃତ, ୨୦ ଆହତ

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍: ଜଣେ ଶିଶୁଙ୍କ ସମେତ ୭ ମୃତ, ୨୦ ଆହତ

ବ୍ୟୁରୋ : ଗାଜା-ଲେବାନନ୍ ପରେ ସିରିଆର ରାଜଧାନୀ ଦାମାସକସ୍ ନିକଟରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଜଣେ ମହିଳା ଏବଂ ଶିଶୁଙ୍କ ସମେତ  ୭ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି । ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଏସମ୍ପର୍କରେ ସିରିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ନିଶ୍ଚିତ କରିଛି। ଜିନହୁଆ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତିରେ କୁହାଯାଇଛି ଯେ, ସ୍ଥାନୀୟ ସମୟ ଅପରାହ୍ନ ୫ଟାରେ ଇସ୍ରାଏଲ୍ ସେନା ଦାମାସକସ୍‌ର ଗ୍ରାମାଞ୍ଚଳର ସୟିଦାହ ଜୈନବ ଅଞ୍ଚଳରେ ଏକ ଆବାସିକ କୋଠାକୁ ଟାର୍ଗେଟ କରିଛି। ଅଧିକୃତ ଗୋଲାନ୍ ହାଇଟ୍ସରୁ ଇସ୍ରାଏଲ୍ ସେନା ଏହି ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ବହୁ ବ୍ୟକ୍ତିଗତ ସମ୍ପତ୍ତି କ୍ଷୟକ୍ଷତି ହୋଇଛି। ସିରିଆର ରାଜଧାନୀର ଦକ୍ଷିଣରେ ଥିବା ସୟିଦାହ ଜୈନବ ଏକ ପ୍ରମୁଖ ଶିଆ ଧର୍ମସ୍ଥଳ। ଏହା ଅତୀତରେ ଇସ୍ରାଏଲ ଆକ୍ରମଣର ଲକ୍ଷ୍ୟ ଥିଲା। ନିକଟ ଅତୀତରେ ଇସ୍ରାଏଲ ସିରିଆରେ ଅନେକ ଏୟାର ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣର ଲକ୍ଷ୍ୟ ହେଉଛି ଇରାନରୁ ହେଜବୁଲ୍ଲାକୁ ହସ୍ତାନ୍ତର କରାଯାଉଥିବା ସାମରିକ ଅସ୍ତ୍ରଶସ୍ତ୍ର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking