24.1 C
Bhubaneswar
Monday, February 23, 2026
Homeଅପରାଧନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱର ସ୍ଥିତ ଏୟାରପୋର୍ଟ ଥାନା ଅଞ୍ଚଳରେ। ମୃତ ଯୁବକ ଜଣଙ୍କ ହେଲେ ସୁମନ୍ତ ପଣ୍ଡା (୩୬)। ଗତକାଲି ସନ୍ଧ୍ୟାରେ ସୁମନ୍ତଙ୍କୁ ନିଶାନିବାରଣ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ଆଜି ଭୋର ୪ ସମୟରେ ନିଶା ନିବାରଣର କର୍ମଚାରୀମାନେ ସୁମନ୍ତଙ୍କ ମୃତଦେହ କ୍ୟାପିଟାଲ ହସପିଟାଲରେ ରଖି ପଳାଇ ଯାଇଥିଲେ। ସୁମନ୍ତଙ୍କର ମୃତ୍ୟୁ ଘଟିଥିବା ମେଡିକାଲ କର୍ତ୍ତୃପକ୍ଷ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକେ ମେଡିକାଲରେ ପହଞ୍ଚି ସୁମନ୍ତଙ୍କ ମୃତଦେହ ବେଡ୍‌ରେ ପଡ଼ିଥିବା ଦେଖିଥିଲେ। ହେଲେ କେହି ନିଶା ନିବାରଣ କେନ୍ଦ୍ରର କର୍ମଚାରୀ ସେଠାରେ ଉପସ୍ଥିତ ନଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking