17.1 C
Bhubaneswar
Sunday, December 21, 2025
Homeଦେଶ ବିଦେଶଜାମ୍ମୁରେ ୨୪ ଘଣ୍ଟାରେ ୩ ଏନକାଉଣ୍ଟର

ଜାମ୍ମୁରେ ୨୪ ଘଣ୍ଟାରେ ୩ ଏନକାଉଣ୍ଟର

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଏନକାଉଣ୍ଟର। କିଛି ଆତଙ୍କବାଦୀ ଲୁଚିଥିବାର ଖବର ପରେ କିସ୍ତୱାଡ଼ ଅଞ୍ଚଳରେ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଏହି ଆତଙ୍କବାଦୀମାନେ କିଛି ଦିନ ତଳେ ଭିଲେଜ୍ ଡିଫେନ୍ସ ଗାର୍ଡର ଦୁଇ ଜଣଙ୍କୁ ହତ୍ୟା କରିଥିବାର ସନ୍ଦେହ କରାଯାଉଛି। ସେହି ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଛି ଅପରେସନ। ସେହିପରି ଶ୍ରୀନଗର ହରୱନ ଅଞ୍ଚଳରେ ବି ଚାଲିଛି ଏନକାଉଣ୍ଟର। ଏହି ଅଞ୍ଚଳରେ ବି କିଛି ଆତଙ୍କବାଦୀ ଲୁଚିଥିବାର ସନ୍ଦେହ କରଯାଉଛି। ସୁରକ୍ଷାକର୍ମୀଙ୍କ ଦୁଇଟି ଯାକ ଅପରେସନରେ ୩ ଜଣ ଯବାନ ଆହତ ହୋଇଥିବାର ସୂଚନା ମିଳିଛି। ଉଭୟ ପକ୍ଷ ମଧ୍ୟରେ ଚାଲିଛି ଗୁଳି ବିନିମୟ । ଏବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଥିବାରୁ ସେମାନଙ୍କୁ କାବୁ କରିବା ସୁରକ୍ଷାକର୍ମୀଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜ ହୋଇଛି। ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ଖବର ଆସି ନାହିଁ। ଶନିବାର ଏନକାଉଣ୍ଟରରେ ଗୋଟିଏ ଆତଙ୍କବାଦୀ ନିହତ ହୋଇଥିଲା। ଆଉ ଦୁଇ ତିନି ଆତଙ୍କବାଦୀ ସେଠାରେ ଲୁଚିଥିବାର ସନ୍ଦେହ କରାଯାଉଛି। ସେମାନଙ୍କୁ ଧରିବାକୁ ଅପରେସନ ଚଳାଇଛନ୍ତି ସୁରକ୍ଷାକର୍ମୀ। ଏହା ଆଗରୁ ବାରମୁଲା ଅଞ୍ଚଳରେ ୨ ଆତଙ୍କବାଦୀ ନିହତ ହୋଇଥିଲେ। କିଛି ଦିନ ହେଲାଣି ଜାମ୍ମୁ କାଶ୍ମୀରରେ ବଢ଼ିଛି ଆତଙ୍କବାଦୀ କାର୍ଯ୍ୟକଳାପ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking