16.1 C
Bhubaneswar
Sunday, December 21, 2025
Homeଓଡିଶାବେଦାନ୍ତ ପାଉଁଶ ଡମ୍ପିଂ ପାଇଁ ଅନୁମତି ପୂର୍ବ ସରକାର ନୁହେଁ, ବର୍ତ୍ତମାନର ସରକାର ଦେଇଥିଲେ: ବିଜେଡି

ବେଦାନ୍ତ ପାଉଁଶ ଡମ୍ପିଂ ପାଇଁ ଅନୁମତି ପୂର୍ବ ସରକାର ନୁହେଁ, ବର୍ତ୍ତମାନର ସରକାର ଦେଇଥିଲେ: ବିଜେଡି

– ମନ୍ତ୍ରୀ ସୁରେଶ ପୂଜାରୀ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରିଛନ୍ତି
– କ୍ଷମତାକୁ ଆସିବାର ମାସେ ଭିତରେ ଘରୋଇ କମ୍ପାନୀକୁ ଅନୁକମ୍ପା
– ପରିବେଶ ବିଭାଗର କାର୍ଯ୍ୟରେ ରାଜସ୍ୱ ମନ୍ତ୍ରୀଙ୍କ ହସ୍ତକ୍ଷେପ କେଉଁ ସ୍ୱାର୍ଥରେ?
ଭୁବନେଶ୍ୱର : ବେଦାନ୍ତକୁ ତାର ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହୋଉଥିବା ପାଉଁଶକୁ ଡମ୍ପିଂ କରିବା ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଦିଆ ଯାଇଥିବା ଅନୁମତି ପ୍ରସଙ୍ଗରେ ରାଜସ୍ଵ ମନ୍ତ୍ରୀଙ୍କ ମିଛକୁ ଆଜି ବିଜୁ ଜନତା ଦଳ ପଦାକୁ ଆଣିଛି। ଏହି ଘଟଣାରେ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ବିରୋଧ ପରେ ରାଜ୍ୟ ସରକାର ପୂର୍ବରୁ ଦେଇଥିବା ଅନୁମତିକୁ ନିକଟରେ ବାତିଲ କରିବା ସହିତ ମନ୍ତ୍ରୀ ଶ୍ରୀ ପୂଜାରୀ ପାଉଁଶ ଡମ୍ପିଂ ପାଇଁ ପୂର୍ବ ସରକାର ଅନୁମତି ଦେଇଥିଲେ ବୋଲି ଗଣମାଧ୍ୟମ ଆଗରେ କହିଥିଲେ।

ଶଙ୍ଖଭଵନ ଠାରେ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଡ଼ଃ ଲେଖାଶ୍ରୀ ସାମନ୍ତସିଂହାର ମନ୍ତ୍ରୀଙ୍କ ଦାବିକୁ ମିଛ ବୋଲି ପ୍ରମାଣିତ କରିଥିଲେ। ରାଜସ୍ୱ ମନ୍ତ୍ରୀ ମିଥ୍ୟା ତଥ୍ୟ ଦେଇ ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ଜୁନ ୧୨ ତାରିଖରେ, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେଇଥିଲା ବେଳେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଜୁଲାଇ ୧୨ ତାରିଖ ଦିନ ବେଦାନ୍ତକୁ ଝାରସୁଗୁଡା ଜିଲ୍ଲାର ଲଖନପୁର ବ୍ଲକରେ ଆମାପାଲି ଗ୍ରାମରେ ପାଉଁଶ ଡମ୍ପିଂ ପାଇଁ ଅନୁମତି ଦେଇଥିଲେ। କେଉଁ ପରିପ୍ରେକ୍ଷୀରେ, ସେ ଦାୟିତ୍ୱ ନେବାର ମାତ୍ର ଏକମାସ ଭିତରେ ବେଦାନ୍ତକୁ ଅନୁମତି ପ୍ରଦାନ କରିଥିଲେ, ତାହା ଅନୁସନ୍ଧାନ ସାପେକ୍ଷ। ସରକାରଙ୍କ ଅନୁମତି ପରେ ସେଠାରେ ପାଉଁଶ ଡମ୍ପିଂ ଆରମ୍ଭ ହୋଇଥିଲା ଯାହା ସ୍ଥାନୀୟ ଜନ ସାଧାରଣଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହା ପରେ, ନଭେମ୍ବର ୪ ତାରିଖରେ, ଦିଆଯାଇଥିବା ଅନୁମତିକୁ ବାତିଲ କରିଥିଲେ।

ପ୍ରଥମେ ତରବରିଆ ଭାବେ ଅନୁମତି ଦେବା, ପରେ ଅନୁମତିକୁ ବାତିଲ କରିବା ଓ ତାପରେ ଅନୁମତି ପୂର୍ବ ସରକାର ଦେଇଥିଲେ ବୋଲି ମନ୍ତବ୍ୟ ଦେବା, ସମଗ୍ର ପ୍ରସଙ୍ଗରେ ମନ୍ତ୍ରୀଙ୍କ ଭୂମିକା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମନ୍ତ୍ରୀଙ୍କ ଏହି କାର୍ଯ୍ୟ ତାଙ୍କ ଦୋମୁହାଁ ଚରିତ୍ରକୁ ପଦାରେ ପକାଇଥିବା ବେଳେ, ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ସଦୃଶ୍ୟ ହୋଇଛି। କେଉଁ ଗୁଢ ରହସ୍ୟକୁ ଲୁଚାଇବାକୁ ଯାଇ ମନ୍ତ୍ରୀ ମିଛ କହୁଛନ୍ତି ବୋଲି ଡ଼ଃ ସାମନ୍ତସିଂହାର ପ୍ରଶ୍ନ କରିଥିଲେ।

ସେ କହିଥିଲେ, ମନ୍ତ୍ରୀଙ୍କ ଦପ୍ତର ଓ ଆରଡିସିଙ୍କ ଦପ୍ତରରୁ ଦିଆ ଯାଇଥିବା ଚିଠି ଅନୁଯାୟୀ ୧୦ ନଭେମ୍ବର ଅର୍ଥାତ ଆଜି ପାଉଁଶ ଡମ୍ପିଂ ପ୍ରସଙ୍ଗରେ ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଏକ ବୈଠକ କରୁଛନ୍ତି। ପାଉଁଶ ଡମ୍ପିଂ ପରିବେଶ ବିଭାଗର କାର୍ଯ୍ୟ ହୋଇଥିବା ବେଳେ ଶ୍ରୀ ପୂଜାରୀ ରାଜସ୍ୱ ବିଭାଗର ମନ୍ତ୍ରୀ ହୋଇ ତାଙ୍କର ପରିଧି ବାହାରର ବିଭାଗରେ ମୁଣ୍ଡ ପୁରାଇବା, ଏଥିରେ ତାଙ୍କର କିଛି ବ୍ୟକ୍ତିଗତ ସ୍ୱାର୍ଥ ନିହିତ ଥିବା ସ୍ପଷ୍ଟ ହେଉଛି। ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ପ୍ରଦାନ ପାଇଁ ଏତେ ବ୍ୟଗ୍ର କାହିଁକି, ତାହା ସେ ସ୍ପଷ୍ଟ କରିବା ଦରକାର ବୋଲି ଡ଼ଃ ସାମନ୍ତସିଂହାର କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking