18.1 C
Bhubaneswar
Tuesday, January 14, 2025
Homeଦେଶ ବିଦେଶହମାସର ନେତାଙ୍କୁ କତାର ଦେଲା କଡ଼ା ନିର୍ଦ୍ଦେଶ; ଶୀଘ୍ର ଦେଶ ଛାଡ଼ି ପଳାଅ

ହମାସର ନେତାଙ୍କୁ କତାର ଦେଲା କଡ଼ା ନିର୍ଦ୍ଦେଶ; ଶୀଘ୍ର ଦେଶ ଛାଡ଼ି ପଳାଅ

ନୂଆଦିଲ୍ଲୀ : ଇସ୍ରାଏଲ -ହମାସ ସଂଘର୍ଷରେ ଲଗାତାର ଯୁଦ୍ଧ ବିରାମର ଚେଷ୍ଟା କରୁଥିବା କତାର ,ହମାସ ନେତାଙ୍କୁ ଦେଶ ଛାଡ଼ି ଚାଲିଯିବାକୁ କହିଛି। ହମାସ ଇସ୍ରାଏଲର ବନ୍ଧକଙ୍କୁ ଛାଡ଼ିବାକୁ କୌଣସି ବି ବୁଝାମଣାରେ ରାଜି ହେଉ ନାହିଁ। ନିକଟରେ ଆମେରିକାର ବିଦେଶ ମନ୍ତ୍ରୀ ବ୍ଲିଙ୍କେନଙ୍କର ଦୋହା ଯାତ୍ରା ଏବଂ ଆମେରିକା ଓ କତାର ଅଧିକାରୀଙ୍କ ୧୦ ଦିନ ଧରି ଚାଲିଥିବା କଥାବାର୍ତ୍ତା ପରେ କତାର ହମାସର ନେତାଙ୍କୁ ଦେଶ ଛାଡ଼ି ଚାଲି ଯିବାକୁ କହି ଦେଇଛି। ସିରିଆରେ ଗୃହଯୁଦ୍ଧ ଆରମ୍ଭ ହେବା ପର ଠାରୁ ହମାସ କତାରକୁ ନିଜର ରାଜନୀତିକ ୟୁନିଟ୍‌ର ଗଡ଼ କରି ନେଇ ଥିଲା। ହମାସର ନେତାଙ୍କୁ ଦେଶ ଛାଡ଼ି ଚାଲିଯିବା କଥା ଆମେରିକୀୟ ଅଧିକାରୀଙ୍କ ସହ ୧୦ରୁ ଅଧିକ ଦିନ ଚାଲି ଥିବା କଥାବାର୍ତ୍ତା ପରେ ସାମନାକୁ ଆସିଛି। ଆମେରିକୀୟ ଅଧିକାରୀମାନେ କହିଛନ୍ତି ଯେ, ଆମେରିକା ପକ୍ଷରୁ କତାରକୁ ଚେତାବନୀ ଦିଆଯାଇ ଥିଲା କି , ଯେବେ ହମାସର ନେତା ସର୍ତ୍ତରେ ପ୍ରସ୍ତୁତ ନାହାନ୍ତି ତ ତାଙ୍କର କତାରରେ ରହିବାର କୌଣସି ବି କାରଣ ନଜର ଆସୁନାହିଁ।

ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି କି ସେ ବାରମ୍ୱାର ଇସ୍ରାଏଲର ବନ୍ଧକଙ୍କୁ ମୁକ୍ତ କରିବାକୁ ମନା କରୁଛନ୍ତି। ଏହି ସ୍ଥିତିରେ ଆମେରିକାର କୌଣସି ବି ବନ୍ଧୁ ଦେଶର ରାଜଧାନୀରେ ତାଙ୍କୁ ସ୍ୱାଗତ କରାଯିବା ଉଚିତ ନୁହେଁ। କତାରର ରାଜଧାନୀ ଦୋହାରେ ହମାସର ରାଜନୈତିକ କାର୍ଯ୍ୟାଳୟ ମଧ୍ୟ ଅଛି। ଅଧିକାରୀଙ୍କ ମୁତାବିକ , କାର୍ଯ୍ୟାଳୟ ଉପରେ କଣ କର୍ଯ୍ୟାନୁଷ୍ଠାନ ନିଆଯିବ ଏହା ବିଷୟରେ ଏବେ କତାର ସରକାରଙ୍କ ସହ କଥାବାର୍ତ୍ତା ଜାରି ରହିଛି। କତାର ପୂର୍ବରୁ ହମାସର ହେଡକ୍ୱାର୍ଟର ସିରିଆରେ ଥିଲା, କିନ୍ତୁ ୨୦୧୨ରେ ସିରିଆରେ ହୋଇଥିବା ଗୃହଯୁଦ୍ଧ ପରେ ଫିଲିସ୍ତିନୀ ସମୂହଙ୍କୁ ଡାମାସ୍କସରୁ ନିଜର ହେଡକ୍ୱାର୍ଟର ଶିଫ୍ଟ କରି କତାରକୁ ଆଣିବାକୁ ପଡ଼ିଥିଲା। ଏହି ମାମଲା ସହ ସଂପୃକ୍ତ ଲୋକଙ୍କ ମୁତାବିକ , କତାରକୁ ଆମେରିକା ହିଁ ହମାସକୁ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦେବାକୁ କହିଥିଲା, ଯେଉଁଥିରେ ହମାସ ସହ କଥାବାର୍ତ୍ତାର ଏକ ବାଟ ଖୋଲା ରହି ପାରିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking