29.1 C
Bhubaneswar
Tuesday, February 10, 2026
Homeଓଡିଶା୨୬ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

୨୬ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍‌

କୋରାପୁଟ : କୋରାପୁଟର ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୨୬ ଜଣ ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ମେଡିକାଲ ଅଧୀକ୍ଷକ। ଆସନ୍ତାକାଲି ସୁଦ୍ଧା ଲିଖିତ ଭାବେ ଏହାର ଜବାବ ଦେବାକୁ ସେମାନଙ୍କୁ କୁହାଯାଇଛି । ଗତ ୬ ତାରିଖ ଦିନ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏକ ସମୀକ୍ଷା ବୈଠକରେ ଯୋଗ ଦେବାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ଏହି ବୈଠକରେ ଉପସ୍ଥିତ ରହିବାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସମସ୍ତ ଡାକ୍ତରଙ୍କୁ କୁହାଯାଇଥିଲା। ତେବେ ଏହି ୨୬ ଜଣ ଡାକ୍ତର ଉକ୍ତ ବୈଠକରେ ଯୋଗ ଦେଇ ନଥିଲେ। ଏତେ ସଂଖ୍ୟକ ଡାକ୍ତର ବୈଠକରେ ଅନୁପସ୍ଥିତ ରହିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଅସନ୍ତୋଷ ପ୍ରକାଶ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking