19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶନାବାଳିକାଙ୍କୁ ବିଷ ଦେଲେ ୩ ଯୁବକ

ନାବାଳିକାଙ୍କୁ ବିଷ ଦେଲେ ୩ ଯୁବକ

ଲକ୍ଷ୍ମୌ : ସ୍କୁଲ ଯାଉଥିବା ନାବାଳିକାଙ୍କୁ  ଅଟକାଇଲେ ୩ ଯୁବକ ।  ସେଠାରେ  ସେମାନେ ନାବାଳିକାକୁ   ଧମକ  ଦେବା ସହ  ବିଷ ପିଆଇ ଦେଇଥିଲେ ।   ଏଭଳି ଏକ ଜଘନ୍ୟ କାଣ୍ଡ ଉତ୍ତରପ୍ରଦେଶର  ପଲିଭିତ ଅଞ୍ଚଳରେ  ଘଟିଛି । ପୁଲିସ୍ ସୂଚନା ଅନୁଯାୟୀ, ଦେବୀପୁରା ଗାଁର ରାମ ଅବତାରଙ୍କ ୧୦ ବର୍ଷୀୟା ଝିଅ ପଞ୍ଚମ ଶ୍ରେଣୀରେ ପଢ଼ୁଛି। ଘଟଣା ଦିନ ନାବାଳିକାଜଣକ ଏକୁଟିଆ ସ୍କୁଲ ଯାଉଥିବା ବେଳେ ଏକ ବାଇକ୍‌ରେ ୩ ଯୁବକ ପହଞ୍ଚି ତାଙ୍କୁ ଅଟକାଇଥିଲେ। ସେମାନେ ତାଙ୍କୁ ଧମକଚମକ ଦେବା ସହ ନିଜ ସହ ଆଣିଥିବା ବିଷ ପିଆଇ ଦେଇଥିଲେ। ବିଷ ପିଇବା କାରଣରୁ ନାବାଳିକାଜଣକ ଗୁରୁତର ହୋଇ ପଡ଼ିଥିବା ବେଳେ ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ଖବର ପାଇ ପରିବାର ଲୋକେ ପହଞ୍ଚି ତୁରନ୍ତ ଝିଅକୁ ମେଡିକାଲରେ ଭର୍ତ୍ତି କରିଥିଲେ। ଏଥିସହ ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ ଆଧାରରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅଭିଯୁକ୍ତଙ୍କୁ ଧରିବାକୁ ୪ ପୁଲିସ୍ ଟିମ୍ ଗଠନ କରାଯାଇଥିବା ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।ନାବାଳିକାଜଣକ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ବରିଷ୍ଠ ପୁଲିସ୍ ଅଧିକାରୀ ମେଡିକାଲରେ ପହଞ୍ଚି ପୀଡ଼ିତାଙ୍କ ପରିବାର ସହ ଆଲୋଚନା କରି ଓ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ଆଶ୍ୱାସନା ଦେଇଛନ୍ତି।ପୁଲିସ୍ ସବୁ ଦିଗରୁ ଯାଞ୍ଚ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking