21.1 C
Bhubaneswar
Monday, February 2, 2026
Homeଦେଶ ବିଦେଶମୋଦିଙ୍କୁ ସମାଲୋଚନା କଲେ: ସଞ୍ଜୟ ରାଉତ

ମୋଦିଙ୍କୁ ସମାଲୋଚନା କଲେ: ସଞ୍ଜୟ ରାଉତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଏକ୍‌ ହେ ତୋ ସେଫ୍‌ ହେ’ ଅର୍ଥାତ ‘ଏକତା ରଖିଲେ ହିଁ ସୁରକ୍ଷିତ ରହିବା’ ସ୍ଲୋଗାନ୍‌କୁ ସମାଲୋଚନା କରିଛନ୍ତି ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ। ସେ ଆଜି ଅଭିଯୋଗ ଆଣି କହିଛନ୍ତି କି ‘‘ମହାରାଷ୍ଟ୍ର ଏକ ସୁରକ୍ଷିତ ରାଜ୍ୟ। ପ୍ରଧାନମନ୍ତ୍ରୀ ଯେତେବେଳେ ବି ରାଜ୍ୟ ଗସ୍ତରେ ଆସନ୍ତି ସେତେବେଳେ ଅସ୍ତିରତା ସୃଷ୍ଟି କରନ୍ତି।’’ ତାଙ୍କ କହିବା କଥା ହେଉଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତରେ ବିଭାଜନ ସୃଷ୍ଟି ଏବଂ ଅଶାନ୍ତି ସୃଷ୍ଟି ହେବାର ପ୍ରୟାସ ରହିଥାଏ। ନିରାପତ୍ତାକୁ ପ୍ରକୃତରେ ସୁନିଶ୍ଚିତ କରିବା ପାଇଁ ଆମକୁ ବିଜେପି ହଟାଇବାକୁ ପଡିବ ବୋଲି ସିଭସେନା (ୟୁବିଟି) ନେତା କହିଛନ୍ତି। ସଞ୍ଜୟ ରାଉତ ଆହୁରି କହିଛନ୍ତି କି , ‘‘ମୁଁ ବୁଝିପାରୁନାହିଁ ଯେ ପ୍ରଧାନମନ୍ତ୍ରୀ କାହିଁକି ଏପରି ସବୁ ସ୍ଲୋଗାନ୍‌ ଦେଉଛନ୍ତି। ପୂର୍ବ ସ୍ଲୋଗାନ୍‌ ‘ବଟେଙ୍ଗେ ତ କଟେଙ୍ଗେ’ ଫେଲ୍‌ ହେବା ପରେ ପୁଣି ବର୍ତ୍ତମାନ ନୂଆ ସ୍ଲୋଗାନ ଆରମ୍ଭ କରିଛନ୍ତି।’’ ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ଦିନ କଂଗ୍ରେସ ଗୋଟିଏ ଜାରିକୁ ଅନ୍ୟ ଜାତି ବିରୋଧରେ ଉସୁକାଉଥିବା ଅଭିଯୋଗ ଆଣିବା ସହ ଏକତା ରକ୍ଷା କରିବା ପାଇଁ କହି ଏହି ସ୍ଲୋଗାନ୍‌ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking