ମାଲକାନଗିରି : କୋଟି କୋଟି ଟଙ୍କାର ଧଳା କ୍ୱାର୍ଜ ପଥର ସହ ମୂଲ୍ୟବାନ ଗାଡି ଜବତ । ଏହିପରି କି ୬ ଜଣ ଆସାମୀକୁ ଗିରଫ କରି ୮ ମୋବାଇଲ ସହ ବନବିଭାଗ ହାଜତ ରେ ରଖିଛି । ଦୁଇଟି ହାଇବା ଗାଡି,ଗୋଟିଏ ଜେସିବି ମେସିନ,ପୁକଲିଙ୍ଗ ଗାଡି ସହ ଗୋଟିଏ ବାଇକ ଜବତ ଜବତ କରିଛି ବନବିଭାଗ । ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଠାରେ ଆଜି ରାତି ୪ ଟାରେ ମୋଟୁ ଗ୍ରାମବାସୀ ଓ ମୋଟୁ ବନବିଭାଗ ମିଳିତ ଉଦ୍ୟମ କ୍ୱାର୍ଜ ପଥର ଜବତ କରାଯାଇଛି । ଏହାର ମୂଲ୍ୟ କୋଟି କୋଟି ଟଙ୍କା ହୋଇଥାଏ ବିଶେଷ କରି ବିଦେଶ ଦେଶରେ ଏହାର ଚାଇଦା ଅଧିକ ରହିଥାଏ । କ୍ୱାର୍ଜ ପଥର ଦ୍ୱାରା ମୂଲ୍ୟବାନ କାଚ ତିଆରି ସାମଗ୍ରୀ ଓ କାଚ ହୋଇଥାଏ । ସୀମାନ୍ତ ମୋଟୁ ଚେକ ପୋଇଣ୍ଟ ଠାରେ ଗୋଟିଏ ମାତ୍ର ରାସ୍ତା ସେଇ ରାସ୍ତା ରେ ପୋଲିସ ମୁତୟନ ରହିଥାନ୍ତି କିନ୍ତୁ । ପୋଲିସ ଚେକ ପୋଇଣ୍ଟ ଥାଇ ମଧ୍ୟ କେମିତି କୋଟି କୋଟି ଟଙ୍କାର ମୂଲ୍ୟବାନ କ୍ୱାର୍ଜ ପଥର ଚାଲାଣ ହେଉଛି ବୋଲି ସ୍ଥାନୀୟ ଲୋକେ ପ୍ରଶ୍ନ କରିଛନ୍ତି ।