ବ୍ୟୁରୋ : କଟକ ବାଲିଯାତ୍ରାରେ ଫୁଟପାଥରେ ବସିପାରିବେନି ଉଠା ଦୋକାନୀ । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କଟକ ଜିଲ୍ଲାପାଳଙ୍କ ନିଷେଧାଦେଶ । ଜୋବ୍ରାରୁ ଚହଟା , ଉପର ଓ ତଳ ପଡିଆ ରାସ୍ତାରେ ବସିବା ମନା । ଫୁଟପାଥରେ ବ୍ୟବସାୟ ନିଷେଧ ପାଇଁ ଜାରି ହେଲା ୧୬୩ ଧାରା । ଆଜିଠାରୁ ୨୪ ତାରିଖ ପର୍ଯ୍ୟନ୍ତ ଜାରି ହେଲା ନିଷେଧାଦେଶ । ଉଠାଦୋକାନୀଙ୍କ ବ୍ୟବସାୟ ପାଇଁ ତଳପଡିଆରେ ସ୍ୱତନ୍ତ୍ର ଜାଗା ରହିଛି । ବ୍ୟବସାୟ ପାଇଁ ତଳ ପଡିଆରେ ୨୦ ହାଜର ବର୍ଗଫୁଟ ସ୍ଥାନ ଚିହ୍ନଟ ହୋଇଛି । ୟୁଜର ଫି ଦେଇ ସେଠାରେ ବ୍ୟବସାୟ କରିପାରିବେ ଉଠାଦୋକାନୀ ।
https://www.youtube.com/watch?v=RWmQ0LeviGM