28.1 C
Bhubaneswar
Tuesday, March 3, 2026
Homeଦେଶ ବିଦେଶମୁମ୍ବାଇର ଜଣେ ୧୬ ବର୍ଷୀୟ ଝିଅଙ୍କୁ ପୁଡୁଚେରୀରେ ଗଣଦୁଷ୍କମ

ମୁମ୍ବାଇର ଜଣେ ୧୬ ବର୍ଷୀୟ ଝିଅଙ୍କୁ ପୁଡୁଚେରୀରେ ଗଣଦୁଷ୍କମ

ନୂଆଦିଲ୍ଲୀ: ମୁମ୍ବାଇର ଜଣେ ୧୬ ବର୍ଷୀୟ ଝିଅଙ୍କୁ ପୁଡୁଚେରୀରେ ଗଣଦୁଷ୍କର୍ମ କରାଯାଇଛି। ପ୍ରଥମେ ଜଣେ ଅଟୋ ଡ୍ରାଇଭର ଓ ପରେ କିଛି ସଫପ୍ଟୱେୟାର ଇଞ୍ଜିନିୟର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ପୁଲିସ୍ ନାବାଳିକାଙ୍କୁ ମୁର୍ମୁଷ ଅବସ୍ଥାରେ ପୁଡୁଚେରୀର ଗୋଟିଏ ସମୁଦ୍ର କୂଳରୁ ଉଦ୍ଧାର କରିଥିଲା। ପୁଡୁଚେରୀରେ ରହୁଥିବା ପରିବାର ଲୋକଙ୍କ ପାଖକୁ ନାବାଳିକା ଜଣଙ୍କ ଦୀପାବଳି ପାଇଁ ବୁଲିବାକୁ ଆସିଥିଲେ। ହେଲେ ସେ ଦୁଇ ଦିନ ହେଲା ନିଖୋଜ ରହିଥିଲେ। ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ଅଟୋ ଡ୍ରାଇଭର ସମେତ ୨ ଜଣଙ୍କୁ ଓଡ଼ିଶାରୁ ଓ ଜଣଙ୍କୁ ଆନ୍ଧ୍ରରୁ ଗିରଫ କରିଛି।

ସୂଚନା ଅନୁଯାୟୀ, ସମୁଦ୍ର କୂଳରୁ ନାବାଳିକାଙ୍କୁ ଅତ୍ୟନ୍ତ ମୁର୍ମୁୱ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଜେଆଇପିଏମଇଆର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତରୀ ମାଇନାରୁ ନାବାଳିକା ଜଣଙ୍କ ଗଣଦୁଷ୍କର୍ମର ଶିକାର ହୋଇଥିବା ଜଣାପଡ଼ିଥିଲା। ଅକ୍ଟୋବର ୩୧ରେ ନାବାଳିକାଙ୍କ ମା’ ଝିଅର ନିଖୋଜ ନେଇ ଗ୍ରାଣ୍ଡ ବଜାର ପୁଲିସ୍‌ରେ ଅଭିଯୋଗ କରିଥିଲେ। ଘରେ ପାଟିତୁଣ୍ଡ ହେବାରୁ ଝିଅ କେଉଁ ଆଡ଼େ ଚାଲି ଯାଇଥିବା ସେମାନେ କହିଥିଲେ। ଅଭିଯୋଗର ଦୁଇ ଦିନ ପରେ ନାବାଳିକାଙ୍କୁ ସମୁଦ୍ର କୂଳରୁ ଉଦ୍ଧାର କରାଯାଇଥିଲା।

ସିସିଟିଭି ଫୁଟେଜକୁ ଯାଞ୍ଚ କରିବା ପରେ ପୁଲିସ ଜାଣିବାକୁ ପାଇଥିଲା ଯେ କାଜା ମୋହିଦୀନ ନାମକ ଜଣେ ଅଟୋ ଚାଳକଙ୍କ ଗାଡ଼ିରେ ନାବାଳିକା ଜଣଙ୍କ ବସିଥିଲେ। ନାବାଳିକା କହିଥିବା ସ୍ଥାନକୁ ନେବା ପରବର୍ତ୍ତେ ମୋହିଦୀନ ତାଙ୍କୁ ଗୋଟିଏ ଗେଷ୍ଟ ହାଉସ ଓ ପରେ ନିଜ ଘରକୁ ନେଇ ଯାଇଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ଅଉରୋଭିଲ୍ଲେରେ ଛାଡ଼ି ଚାଲି ଯାଇଥିଲା। ଏହି ସମୟରେ ନାବାଳିକା ଜଣଙ୍କର ଦେଖା କିଛି ସଫ୍ଟୱେୟାର ଇଞ୍ଜିନିୟରଙ୍କ ସହ ହୋଇଥିଲା। ସେମାନେ ଚେନ୍ନାଇ ଯାଉଥିବାରୁ ନାବାଳିକା ଜଣଙ୍କ ସେଠାରେ ରହୁଥିବା ବନ୍ଧୁଙ୍କୁ ଦେଖା କରିବାକୁ ଚାହିଁଥିଲେ। ତେଣୁ ସେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ସହ ଗାଡ଼ିରେ ବସିଥିଲେ। ହେଲେ ସେମାନେ ନାବାଳିକାଙ୍କୁ ଗୋଟିଏ ରୁମକୁ ନେବା ସହ ସେଠାରେ ଗଣଦୁଷ୍କର୍ମ କରିଥିଲେ। ଦୁଇ ଦିନ କାଳ ତାଙ୍କୁ ଗୋଟିଏ ରୁମରେ ବନ୍ଦ କରି ରଖିଥିଲେ। ଏହାପରେ କ୍ୟାବ ବୁକ କରି ତାଙ୍କୁ ପୁଣି ପୁଡୁଚେରୀ ପଠାଇ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking