17.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶଆତଙ୍କବାଦୀଙ୍କୁ ସହାୟତା କଲେ ଚାଲିବ ବୁଲଡୋଜନର: ମନୋଜ ସିହ୍ନା

ଆତଙ୍କବାଦୀଙ୍କୁ ସହାୟତା କଲେ ଚାଲିବ ବୁଲଡୋଜନର: ମନୋଜ ସିହ୍ନା

ଜମ୍ମୁ-କଶ୍ମୀର: ଯିଏ ଆତଙ୍କବାଦୀଙ୍କୁ ସହାୟତା କରିବ ତା’ବିରୋଧରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ହେବ ବୁଲଡୋଜର ଆକ୍ସନ। ତାଙ୍କ ଘର ଉପରେ ଚାଲିବ ବୁଲଡୋଜନର। ଏଭଳି କିଛି ବଡ଼ ବୟାନ ଦେଇଛନ୍ତି ଜମ୍ମୁ-କଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା। ଜମ୍ମୁ-କଶ୍ମୀରରେ ଗତ କିଛି ଦିନ ହେବ ଆତଙ୍କୀ ଘଟଣା ଦିନକୁ ଦନ ବଢ଼ି ଚାଲିଛି। ଏହାକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଲୋକଙ୍କୁ ଚେତାବନୀ ଦେଇଛନ୍ତି। ରାଜ୍ୟରେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ କିମ୍ବା ଗତିବିଧିକୁ ବରଦାସ୍ତ କରାଯିବ ନାହିଁ। ଆତଙ୍କବାଦୀଙ୍କୁ ସାହାଯ୍ୟ କଲେ ଘର ଉପରେ ବୁଲଡୋଜର ଚଢ଼ାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆତଙ୍କୀଙ୍କ ବିରୋଧ ଏକତ୍ର ହେବାକୁ ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି ଏଲଜି। ଏହାଛଡ଼ା ସେ କହିଛନ୍ତି, ଜମ୍ମୁ-କାଶ୍ମୀରର ସ୍ଥାନୀୟ ଲୋକ, ସୁରକ୍ଷାବଳ ଏବଂ ପ୍ରଶାସନ ଏକାଠି ହେଲେ ବର୍ଷେ ମଧ୍ୟରେ ରାଜ୍ୟରୁ ଆତଙ୍କବାଦୀ ଶେଷ ହୋଇଯିବେ। ବାରମୂଳାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଭଳି କିଛି କହିଛନ୍ତି ମନୋଜ ସିହ୍ନା। କୌଣସି ନିର୍ଦ୍ଦୋଷଙ୍କର ଯେପରି କ୍ଷତି ନହୁଏ ଏବଂ ଦୋଷୀଙ୍କ ବିରୋଧରେ କଠୋର ହେବାକୁ ସେ ସୁରକ୍ଷାବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀଙ୍କୁ ସହଯୋଗ କଲେ ସେମାନଙ୍କ ସହିତ କୌଣସି ପ୍ରକାର ବୁଝାମଣା ହେବନାହିଁ। ତୁରନ୍ତ ସେମାନଙ୍କ ବିରୋଧରେ ଆକ୍ସନ ନିଆଯିବ ବୋଲି ମନୋଜ ସିହ୍ନା କହିଛନ୍ତି। ମନୋଜ ସିହ୍ନା ଶ୍ରୀନଗରରେ ଗ୍ରେନେଡ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ ‘ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ। ଆମେ ଜାଣୁ ଯେ ଆମ ମଧ୍ୟରେ କିଛି ଲୋକ ଅଛନ୍ତି ଯେଉଁମାନେ ଶାନ୍ତି ବଜାୟ ରଖିବାକୁ ଚାହୁଁ ନାହାନ୍ତି। ସେମାନେ ସର୍ବଦା ଷଡ଼ଯନ୍ତ୍ର କରୁଛନ୍ତି। ଉପତ୍ୟକାରେ ଯେଉଁ ଭଳି ପରିସ୍ଥିତି ଲାଗି ରହିଛି ସେଥିପାଇଁ ବାହ୍ୟ ଶକ୍ତି ମଧ୍ୟ ଦାୟୀ। କିନ୍ତୁ ବହୁତ ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଇସାରାରେ ଉପତ୍ୟକାରେ ହିଂସାକୁ ପ୍ରୋତ୍ସାହିତ କରୁଛନ୍ତି।’

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking