ବ୍ୟୁରୋ : ମୋ ବସରେ ରହିବ ଏଥର ସ୍ପିଡ ଲିମିଟ । ସହର ମଧ୍ୟରେ ଘଣ୍ଡା ପ୍ରତି ବେଗ ୪୦ରୁ ବାହାରକୁ ଗଲେ ଘଣ୍ଟା ପ୍ରତି ବେଗ ୫୦ କିଲୋମିଟର ରହିବ । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ଲାଇସେନ୍ସ ଥିବା ଅଭିଜ୍ଞ ଡ୍ରାଇଭରଙ୍କୁ କେବଳ ଗାଡି ଚାଳନାର ଅନୁମତି ମିଳିବ । ସବୁ ଗାଡିରେ ସ୍ପିଡ ଗଭଣ୍ମର ରହିବ । ମଦ୍ୟପାନ କରି ଗାଡି ଚଳାଉଛନ୍ତି କି ନାହିଁ ତାହାର ମଧ୍ୟ କଡାକଡି ଯାଞ୍ଚ କରାଯିବ । ବିଭିନ୍ନ ସ୍ଥାନରେ ମୋ ବସ ଦୁର୍ଘଟଣାର ଖବର ପରେ ବିଭାଗୀୟ ଅଧିକାରୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।