ବ୍ୟୁରୋ : ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସୁନନ୍ଦା ଦାସ ତାଙ୍କର ବହୁ ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟଳୟରେ ପଦ୍ମ ଧରିଛନ୍ତି । ସୁନନ୍ଦା ଦାସ ୨୦୧୯ରେ ବରୀରୁ ବିଜେଡି ପ୍ରାର୍ଥୀ ହୋଇ ବିଧାୟକ ନିର୍ବାଚିତ ହୋଇଥିଲେ । ଗତ ନିର୍ବାଚନରେ ଦଳ ତାଙ୍କୁ ଟିକଟ ଦେଇନଥିଲା । ସୁନନ୍ଦା ଦଳ ଛାଡିବା ପରେ ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ସୁନନ୍ଦା ଦାସ ବିଜେଡି ଛାଡ଼ିଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ଏ ସମ୍ପର୍କରେ ସୁନନ୍ଦା କହିଥିଲେ, ସେ ଦଳରେ ଅଲୋଡ଼ା ଥିଲେ। ତାଙ୍କୁ ସବୁବେଳେ ଅଣଦେଖା କରାଯାଉଥିଲା। ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲା ନାହିଁ।