17.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଇରାନ ଆକ୍ରମଣର ଭୟ! ପୁଅ ବାହାଘର ସ୍ଥଗିତ ରଖିଲେ ନେତାନ୍ୟାହୁ

ଇରାନ ଆକ୍ରମଣର ଭୟ! ପୁଅ ବାହାଘର ସ୍ଥଗିତ ରଖିଲେ ନେତାନ୍ୟାହୁ

ଜେରୁଜେଲମ୍‌: ଇସ୍ରାଏଲ୍ ଉପରେ ଏକ ଜୋରଦାର ଆକ୍ରମଣ କରିବା ପାଇଁ ଇରାନ୍ ଏବେ ପ୍ରସ୍ତୁତି ଚଳାଇଛି। କିଛି ଗୁଇନ୍ଦା ରିପୋର୍ଟ ଅନୁସାରେ ଇରାନ୍ ଏଥର ଅଧିକ ଶକ୍ତିଶାଳୀ ଅସ୍ତ୍ର ମାଧ୍ୟମରେ ଇରାନ୍ ଉପରେ ଆକ୍ରମଣ କରିପାରେ। ତେବେ ଏଭଳି ଏକ ଆଶଙ୍କାକୁ ଦୃଷ୍ଟିରେ ରଖି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ନିଜ ପୁଅ ଅବନେର ନେତାନ୍ୟାହୁଙ୍କ ବିବାହ ତାରିଖକୁ ସ୍ଥଗିତ ରଖିଥିବା ସୂଚନା ମିଳିଛି। ଇସ୍ରାଏଲର ଗଣମାଧ୍ୟମ ୱାଇନେଟ୍ ଅନୁଯାୟୀ, ଅବନେର ନେତାନ୍ୟାହୁ ନିଜେ ଏହି ସୂଚନା ଦେଇଛନ୍ତି ଏବଂ କହିଛନ୍ତି ଯେ, ସେ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଏମିତ୍ ୟର୍ଡେନି ସେମାନଙ୍କ ବିବାହକୁ ଗ୍ରୀଷ୍ମ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଦେଶରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଭୟ ମିଳିତ ଭାବେ ଏହି ନିଷ୍ପତ୍ତି ନେଇଛନ୍ତି। ଦୁହେଁ ଗତ ଦୁଇ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିବା ଏହି ଯୋଡି ନଭେମ୍ବର ୨୬ରେ ବିବାହ କରିବା ସ୍ଥିରିକୃତ ହୋଇଥିଲା। ତେଲ ଅଭିଭ୍‌ର ଉତ୍ତରରେ ଥିବା ଶାରୋନ୍ ଅଞ୍ଚଳର ରୋନିଟ୍ ଫାର୍ମରେ ଏନେଇ ପ୍ରସ୍ତୁତି ମଧ୍ୟ କରାଯାଇଥିଲା। ପ୍ରକାଶ, ପୂର୍ବରୁ (ଗତ ସେପ୍ଟେମ୍ବର ମାସ) ମଧ୍ୟ ଉଭୟଙ୍କ ବିବାହ ତାରିଖ ନିର୍ଦ୍ଧାରିତ ହୋଇଥିଲେ ମଧ୍ୟ ଏହାକୁ ନଭେମ୍ବର ୨୬କୁ ବୃଦ୍ଧି କରାଯାଇଥିଲା। ବର୍ତ୍ତମାନ ଜୁନ୍ ୨୦୨୫ ମଧ୍ୟଭାଗରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ହୋଇପାରେ ବୋଲି ଅନୁମାନ କରାଯାଉଛି।
ଇ୍ରସାଏଲ୍ ଏବେ ଗୋଟିଏ ପଟୁ ପାଲେଷ୍ଟାଇନ୍‌ର ଗାଜାଷ୍ଟ୍ରିପ୍‌ରେ ହମାସ୍ ଉଗ୍ରବାଦୀ ସଂଗଠନ ସହ ଲଢ଼େଇ ଲଢ଼ୁଥିବା ବେଳେ ଅନ୍ୟପଟୁ ଲେବାନନ୍‌ର ହିଜବୁଲ୍ଲା ଉଗ୍ରବାଦୀ ସଂଗଠନ ସହ ମଧ୍ୟ ଯୁଦ୍ଧ ଜାରି ରଖିଛି। ଏସବୁ ମଧ୍ୟରେ ଇରାନ୍ ଏବେ ଇସ୍ରାଏଲ୍ ପାଇଁ ନୂଆ ଯୁଦ୍ଧର କାରଣ ସାଜିଛି। ଏପରିସ୍ଥିତିରେ ବେଞ୍ଜାମିନ୍ ନିଜ ପୁଅଙ୍କ ବାହାଘରକୁ ନେଇ ଆଦୌ ସୁରକ୍ଷିତ ମଣୁନାହାନ୍ତି। ସୁତରାଂ ସୁରକ୍ଷା କାରଣରୁ ଏବଂ ଅନ୍ୟ ଏକ ପ୍ରାନ୍ତରୁ ଇରାନ୍ ସହ ଯୁଦ୍ଧ ଲସ୍ଥିତ ସୁରକ୍ଷା ଦୃଷ୍ଟିରୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପୁଅ ଅୱନର ନେତାନ୍ୟାହୁଙ୍କ ବିବାହ ସ୍ଥଗିତ ରଖାଯାଇଛି। ତେବେ ବିବାହ କାର୍ଯ୍ୟକ୍ରମକୁ ସ୍ଥଗିତ ରଖିବାଜନିତ ନିଷ୍ପତ୍ତି ଏପରି ଏକ ସମୟରେ ନିଆଯାଇଛି ଯେତେବେଳେ ଇରାନ ଇସ୍ରାଏଲ ଆକ୍ରମଣର ଉପଯୁକ୍ତ ଉତ୍ତର ଦେବାକୁ ଧମକ ଦେଇଛି। ପ୍ରକାଶ, ଗତ ମାସରେ, ହିଜବୁଲ୍ଲାର ଡ୍ରୋନ୍ କେଜରିୟା ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବ୍ୟକ୍ତିଗତ ବାସଭବନକୁ ଟାର୍ଗେଟ୍ କରିଥିଲା। ଏହିଘଟଣା ପରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। ଏପରି ସ୍ଥିତିରେ ବିବାହ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଏଥିରେ ଆମନ୍ତ୍ରିତ ଅତିଥି ତଥା ଅନ୍ୟ ଅଂଶଗ୍ରହଣକାରୀଙ୍କ ପାଇଁ ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ହୁଏତ ଏହି କାରଣରୁ ନେତାନ୍ୟାହୁ ନିଜ ପୁଅର ବାହାଘରକୁ ସ୍ଥଗିତ ରଖିଥିବା ଏବେ ବିଶ୍ୱସ୍ତରରେ ଚର୍ଚ୍ଚା ଜୋର ଧରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking