26.1 C
Bhubaneswar
Sunday, November 24, 2024
Homeଓଡିଶାଶଗଡ଼ ଗାଡ଼ିରେ ଚାଷୀଙ୍କ ଯାତ୍ରା

ଶଗଡ଼ ଗାଡ଼ିରେ ଚାଷୀଙ୍କ ଯାତ୍ରା

ଭୁବନେଶ୍ୱର: ଶଗଡ଼ିଆ ଗୀତ ସାଙ୍ଗକୁ ରଙ୍ଗ ବେରଙ୍ଗର ଶଗଡ଼ ଓ ବଳଦର ସାଜସଜା ଯିଏ ବି ଯାଉଛି ରାଜରାସ୍ତାରେ ଅଟକିଯାଇ ମୋବାଇଲରେ ସୁନ୍ଦର ଚିତ୍ର ଉତୋଳନ କରୁଛି । ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ସାକ୍ଷୀଗୋପାଳ ନିକଟରେ ଦେଖିବାକୁ ମିଳିଛି ଏହି ସୁନ୍ଦର ଦୃଶ୍ୟ । ପୁରୀ ସଦର ଅଂଚଳ ପୀଳିପିଳା, ନରହରିପୁର, ଜଗନ୍ନାଥ ବିଦ୍ୟଧରପୁର, ତଣ୍ଟିକେରା, ତାଳ ପୋଖରୀ, କାଙ୍କୁଡ଼ା, ଦୋବନ୍ଦା, ଅରେଇପଡା, କରଡ଼ି, ବିଜୟରାମପୁର ଭଳି ଗାଁର ପ୍ରାୟ ୨୫ଟି ଶଗଡ଼ ନେଇ ୧୦୦ ରୁ ଅଧିକ ଚାଷୀ ଯାତ୍ରା କରିଛନ୍ତି । ସାକ୍ଷୀଗୋପାଳ ନିକଟରେ ଥିବା ଠାକୁର ହରିଶହଦେବଙ୍କ ଦର୍ଶନ ପାଇଁ ଏମାନେ ଯାତ୍ରା କରିଛନ୍ତି । ଗାଁ ଗହଳିରେ ଶଗଡ଼ ଓ ବଳଦ ଧୀରେ ଧୀରେ ଲୋପ ହେବାକୁ ବସିଥିବା ବେଳେ ଏବେ ବି ସେହି ପୁରୁଣା ପରମ୍ପରାକୁ ବଂଚାଇ ରଖିଛନ୍ତି ଚାଷୀ ଭାଇ । ଯାହାକୁ ଦେଖିବାକୁ ବାଟୋଇଟିଏ ବାଧ୍ୟ ହେଉଛି କ୍ଷଣିକ ପାଇଁ ରାସ୍ତାରେ ଅଟକିଯାଉଛନ୍ତି । ଶଗଡ ଗାଡ଼ିକୁ କିଏ ଚାନ୍ଦୁଆ ତ ଆଉ ପୁଣି କିଏ ପ୍ଲାଷ୍ଟିକ ଫୁଲରେ ସଜାଇଛି । ସେହିଭଳି ବଳଦ ବେକରେ ଘାଗୁଡ଼ି, ସିଂଘରେ ମୟୁର ଚୁଳ ଲଗାଇ ବହୁତ ସୁନ୍ଦର ଭାବରେ ସଜାଯାଇଛି । ଠାକୁର ହରି ସହଦେଵଙ୍କ ଦର୍ଶନ ପାଇଁ ବାହାରିଛନ୍ତି ଚାଷୀ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking