25.1 C
Bhubaneswar
Saturday, December 7, 2024
Homeଓଡିଶାସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ

ସାଇବର ଠକଙ୍କ ଟାର୍ଗେଟରେ କଲେଜ ଛାତ୍ରଛାତ୍ରୀ

ବ୍ୟୁରୋ : ସାଇବର  ଠକଙ୍କ ଟାର୍ଗେଟରେ  କଲେଜ ଛାତ୍ରଛାତ୍ରୀ ।  ପରୀକ୍ଷା ମାର୍କ ବଢାଇବା କହି ଫୋନକଲ କରି ଛାତ୍ରଛାତ୍ରୀଙ୍କୁ ଏବଂ ସେମାନଙ୍କର ପରିବାରକୁ କହୁଥିଲେ ।  ଛାତ୍ରଛାତ୍ରୀଙ୍କୁ ଟଙ୍କା ମାଗୁଥିବା ଅଭିଯୋଗ ନେଇ ସାଇବର ଥାନା ମାମଲା ରୁଜୁ କରିଛି । । ଫୁଲବାଣୀ ସରକାରୀ ଜୁନିଅର  କଲେଜର ପ୍ରିନ୍ସପାଲ  ଜ୍ୟୋତି ପ୍ରକାଶ ରଥ ଏନେଇ  ସାଇବର ଥାନା ମାମଲା ରୁଜୁ କରିଛନ୍ତି । ଗତ କିଛି ଦିନ ହେଲାଣି କେହି ଜଣେ ଦୁର୍ବୁତ ନିଜକୁ କଲେଜର ପ୍ରିନ୍ସିପାଲ କହି ଯୁକ୍ତ ଦୁଇର ପଢୁଥିବା ବିଭିନ୍ନ ଛାତ୍ରଛାତ୍ରୀଙ୍କ ମୋବାଇଲକୁ କଲ କରି ଆସନ୍ତା ପରୀକ୍ଷା ରେ ତୁମର ମାର୍କ ବଢେଇବା ପାଇଁ  ୫୦୦୦ ଟଙ୍କା  ଦିଅ ବୋଲି ମାଗୁଛନ୍ତି  । ସେହି ଦୁର୍ବୁତ ଜଣକ ୬୩୭୦୮୭୧୭୨୮ ନମ୍ବରରୁ ଛାତ୍ର ଛାତ୍ରୀ ଏବଂ ତାଙ୍କ ଅବିଭାବକଙ୍କୁ କଲ କରୁଛନ୍ତି  । ଏନେଇ ଅବିଭାବକ  ମାନେ ଫୁଲବାଣୀ ସରକାରୀ ଜୁନିଅର କଲେଜର ପ୍ରିନ୍ସିପାଲଙ୍କୁ ଜଣାଇବା ପରେ ପ୍ରିନ୍ସିପାଲ ଏନେଇ କନ୍ଧମାଳ ସାଇବର ଥାନା ଏତଲା  ଦେଇଛନ୍ତି  ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking