24.1 C
Bhubaneswar
Wednesday, November 6, 2024
Homeଦେଶ ବିଦେଶସରକାରଙ୍କ ବଡ଼ ଘୋଷଣା; ଚାକିରିରେ ମହିଳାଙ୍କୁ ମିଳିବ ୩୫ ପ୍ରତିଶତ ସଂରକ୍ଷଣ

ସରକାରଙ୍କ ବଡ଼ ଘୋଷଣା; ଚାକିରିରେ ମହିଳାଙ୍କୁ ମିଳିବ ୩୫ ପ୍ରତିଶତ ସଂରକ୍ଷଣ

ଭୋପାଳ: ସରକାରୀ ଚାକିରି କ୍ଷେତ୍ରରେ ମହିଳାଙ୍କୁ ଅଧିକ ସଂରକ୍ଷଣ ଦେବେ ମଧ୍ୟପ୍ରଦେଶ ସରକାର । ଚାକିରି କ୍ଷେତ୍ରରେ ମହିଳାଙ୍କ ଲାଗି ୩୫ ପ୍ରତିଶତ ସଂରକ୍ଷଣ ଦେବାକୁ ମଙ୍ଗଳାବରରେ ଘୋଷଣା କରାଯାଇଛି । ପୂର୍ବରୁ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ମିଳୁଥିଲା । ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା । ମହିଳା ସଶକ୍ତିକରଣ ଦିଗରେ ସରକାରଙ୍କର ଏହା ଏକ ବଡ଼ ପଦକ୍ଷେପ ବୋଲି ସେ କହିଛନ୍ତି । ଏହା ବ୍ୟତୀତ କ୍ୟାବିନେଟ ବୖଠକରେ ହୋଇଥିବା ଅନ୍ୟ ନିଷ୍ପତ୍ତିକୁ ନେଇ ମଧ୍ୟ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ରାଜ୍ୟରେ ୨୫୪ଟି ନୂଆ ସାର ବିକ୍ରୟ କେନ୍ଦ୍ର ଖୋଲିବା ଉପରେ କ୍ୟାବିନେଟର ମୋହର ଲାଗିଛି । ଚାଷୀଙ୍କ ସୁବିଧା ପାଇଁ ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ରାଜେନ୍ଦ୍ର ଶୁକ୍ଳା କହିଛନ୍ତି । ସେହିଭଳି ରାଜ୍ୟରେ ୬୬୦ ମେଗାଓ୍ବାଟର ଥର୍ମାଲ ପାଓ୍ବାର ପ୍ଲାଣ୍ଟ ସ୍ଥାପନ ହେବାକୁ ଯାଉଛି । ଏହା ବ୍ୟତୀତ ମେଡିକାଲ କଲେଜ୍‌ରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କ ନିଯୁକ୍ତି ବୟସସୀମାକୁ ୪୦ରୁ ୫୦ ବର୍ଷ କରିବାକୁ କ୍ୟାବିନେଟ୍‌ ନିଷ୍ପତ୍ତି ନେଇଛି ବୋଲି ଉପମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ଶୁକ୍ଳା କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking