ବ୍ୟୁରୋ : ଦୀପାବଳିରେ ରାଜଧାନୀ ଦିଲ୍ଲୀରେ ବାଣ ଫୁଟିବା ଯୋଗୁଁ ବାୟୁ ପ୍ରଦୂ ଷଣର ମାତ୍ରା ଅଧିକ ହୋଇଥିଲା । ବାୟୁ ପ୍ରଦୂଷଣ ଓ ବାଣ ଫୁଟିବା ପାଇଁ ଦିଲ୍ଲୀ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସଜ୍ମୋଚ୍ଚ ଅଦାଲତ ଆତିଶୀ ସରକାରଙ୍କୁ ଜବାବ ମାଗିଛନ୍ତି । ସୁପ୍ରିମ କୋର୍ଟ ଦିଲ୍ଲୀ- ଏନସିଆରରେ ଅଞ୍ଚଳରେ ବାଣ ଫୁଟାଇବାକୁ ବାରଣ କରିଥିଲେ । ଏମିତିକି ସବୁଜ ବାଣ ଫୁଟାଇବା ପାଇଁ ମଧ୍ୟ ଅନୁମତି ମିଳିନଥିଲା । ଏହା ସତ୍ତ୍ୱ ଦିଲ୍ଲୀରେ ବାଣ ଫୁଟାଇଥିଲେ । ବର୍ତ୍ତମାନ ଏହି ମାମଲା ସୁପ୍ରିମ କୋର୍ଟକୁ ଯାଇଥିଲା ଏବଂ କୋର୍ଟ ଦିଲ୍ଲୀ ସରକାରଙ୍କୁ ଜବାବ ରଖିବାକୁ କହିଛନ୍ତି ।










