19.1 C
Bhubaneswar
Monday, December 15, 2025
Homeଅପରାଧବିଚ୍‌ ରାସ୍ତାରେ ଯୁବକକୁ ଗୋଡ଼ାଇ ହାଣିଲେ ୩ ଦୁର୍ବୃତ୍ତ

ବିଚ୍‌ ରାସ୍ତାରେ ଯୁବକକୁ ଗୋଡ଼ାଇ ହାଣିଲେ ୩ ଦୁର୍ବୃତ୍ତ

ଭୁବନେଶ୍ୱର: ରାଜଧାନୀର ପଳାସପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଭୟାନକ ଘଟଣା । ବିଚ୍‌ ରାସ୍ତାରେ ଯୁବକ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ୩ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସୂଚନା ଅନୁଯାଇ କାଲି ରାତିରେ ୩ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି ଶିବପ୍ରସାଦ ଶ୍ରୀଚନ୍ଦନ । ଜଣେ ସମାଜସେବୀ ଭାବେ ବେଶ ଲୋକପ୍ରିୟ ଶିବପ୍ରସାଦଙ୍କୁ କିଏ ଓ କ’ଣ ପାଇଁ ମରଣାନ୍ତକ ଆକ୍ରମଣ କଲା ତାହା ସ୍ପଷ୍ଟ ଏଯାଏଁ ହୋଇ ପାରିନି। ପୋଲିସ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶିବପ୍ରସାଦ ପଳାସପଲ୍ଲୀ ଛକରୁ ସ୍କୁଟି ଯୋଗେ ନବୀନ ନିବାସ ରାସ୍ତାରେ ଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ ତାଙ୍କ ଆଗରେ ଛିଡ଼ା ହୋଇଥିଲା। ଶିବ ବାଧ୍ୟ ହୋଇ ସ୍କୁଟି ଅଟକାଇବାରୁ ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ତାଙ୍କୁ ହାଣି ପକାଇଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତେବେ ଏ ନେଇ ଅଧିକ ତଦନ୍ତ ଜାରି କରିବା ପାଇଁ ପୋଲିସକୁ ଡିସିପି ନିର୍ଦେଶ ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking