17.1 C
Bhubaneswar
Sunday, December 29, 2024
Homeଓଡିଶାଭିଜିଲାନ୍ସ ମାମଲା ପାଇଁ ଗ୍ରାଚ୍ୟୁଇଟି ଦେୟକୁ ରୋକି ହେବନି :ହାଇକୋର୍ଟ

ଭିଜିଲାନ୍ସ ମାମଲା ପାଇଁ ଗ୍ରାଚ୍ୟୁଇଟି ଦେୟକୁ ରୋକି ହେବନି :ହାଇକୋର୍ଟ

କଟକ: ଭିଜିଲାନ୍ସ ମାମଲା ଥିଲେ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦେୟ ରୋକା ଯାଇ ପାରିବ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ଦାୟର ହୋଇଥିବା ମାମଲାରେ ବିଚାରପତି ସଞ୍ଜୟ କୁମାର ମିଶ୍ର ଏହି ରାୟ ଦେଇଛନ୍ତି। କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରୀ ସର୍ତ୍ତାବଳୀ ୨୦୧୧ ରେ କୌଣସି ଉଲ୍ଲେଖ ନଥିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଅଡିଟ ସରଚାର୍ଜ କେସ୍ କିମ୍ବା ଭିଜିଲାନ୍ସ କେସ୍ ଇତ୍ୟାଦିର ଆଳରେ କୌଣସି ବିଭାଗୀୟ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ କିମ୍ବା ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ଅଟକାଇ ପାରିବେନାହିଁ ଜଷ୍ଟିସ ମିଶ୍ର ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ଯେ ନଳିନୀକାନ୍ତ ଷଡଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଚାକିରୀରେ ଯୋଗଦେବାଠାରୁ ବିଭିନ୍ନ ଆର୍ଥୀକ ଅନିୟମିତତାରେ ସଂପୃକ୍ତ ରହିଥିବା ଅଭିଯୋଗରେ ତାଙ୍କ ସେବା କାଳରେ ଅନେକ ଥର ଚାର୍ଜସିଟ୍ ହୋଇଥିଲା। ଅବସର ଗ୍ରହଣ କରିବା ପୂର୍ବରୁ ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନ, ୧୯୮୮ ର ଧାରା ୧୩ (୧) (ଘ) ସହିତ ଭାରତୀୟ ପିଙ୍ଗଳ କୋଡର ଧାରା ୪୬୮, ୪୨୦ ଓ ୧୨୦-ଖ ଅନୁଯାୟୀ ଦୂର୍ନୀତି ନିବାରଣ ବିଭାଗ ତରଫରୁ ଭିଜିଲାନ୍ସ କେସ୍ ନଂ ୪୩/୨୦୧୧ ଆରମ୍ଭ କରାଯାଇଥିଲା ଯାହା ବିଚାରଧୀନ ରହିଛି। ଏଥିସହ ଶ୍ରୀ ଷଡଙ୍ଗୀ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ବରୀ ଶାଖାରେ କାର୍ଯ୍ୟ କରୁଥିବା ସମୟରେ ଆର୍ôଥକ ଅନିୟମିତତା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଦୁଇଟି ଅଡିଟ୍ ସରଚାର୍ଜ କେସ ମଧ୍ୟ ଜାରି ରହିଛି। ଏହାକୁ ଭିତ୍ତିକରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ଷଡଙ୍ଗୀଙ୍କ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ ନକରିବାରୁ ଶ୍ରୀ ଷଡଙ୍ଗୀ ପ୍ରଥମେ ନିୟନ୍ତ୍ରଣ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିଥିଲେ। ନିୟନ୍ତ୍ରଣ କର୍ତ୍ତୃପକ୍ଷ ୨୦୨୦ ମସିହା ଜାନୁଆର ମାସରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କକୁ ୩୦ ଦିନ ମଧ୍ୟରେ ସୁଧ ସହ ଗ୍ରାଚ୍ୟୁଇଟି ଦେୟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଦେଶ ବିରୋଧରେ ବ୍ୟାଙ୍କ ଅପିଲ କର୍ତ୍ତୁପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲା ବେଳେ ଅପିଲ କର୍ତ୍ତୃପକ୍ଷ ନିୟନ୍ତ୍ରଣ କର୍ତ୍ତୁପକ୍ଷଙ୍କ ଆଦେଶକୁ କାୟମ ରଖଥିଲେ। ପୁନଶ୍ଚ ଏହି ଆଦେଶକୁ ବିରୋଧ କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କ କର୍ତ୍ତୁପକ୍ଷ ମାନ୍ୟବର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଓ ବିଭିନ୍ନ ହାଇକୋର୍ଟମାନଙ୍କର ଏ ସମ୍ପର୍କିତ ରାୟଗୁଡିକୁ ଉଲ୍ଲେଖକର ହାଇକୋର୍ଟ ଦର୍ଶାଇଥିଲେ ଯେ ଗ୍ରାଚ୍ୟୁଇଟି ଅଧିନିୟମ (ପି ଜି ଆକ୍ଟ) ୧୯୭୨ର ଧାରା ୧୩ ଅନୁଯାୟୀ ପ୍ରତ୍ୟେକ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ସୁରକ୍ଷିତ ଏବଂ କୌଣସି ସିଭିଲ୍‌,ଦେୱାନି କିମ୍ବା ଫୌଜଦାରୀ ଅଦାଲତଙ୍କ ଆଦେଶ ବଳରେ ଗ୍ରାଚ୍ୟୁଟିକୁ ଜବତ କିମ୍ବା ବ୍ୟାଜାପ୍ତି କରାଯାଇ ପାରିବନାହିଁ। ଶ୍ରୀ ଷଡଙ୍ଗୀ ଚାକିରୀରୁ ଅବସର ନେବା ପରେ ତାଙ୍କ ଗ୍ରାଚ୍ୟୁଇଟି ଦେୟକୁ ବ୍ୟାଙ୍କ କର୍ତ୍ତୃପକ୍ଷ ଅଟକାଇ ପାରିବେନାହିଁ ବୋଲି ମାନ୍ୟବର ହାଇକୋର୍ଟ ସ୍ପଷ୍ଟ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking