17.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଘଟଣା; ମମତା ସରକାର ମୋତେ ଫସାଇ ଦେଇଛନ୍ତି:...

ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଘଟଣା; ମମତା ସରକାର ମୋତେ ଫସାଇ ଦେଇଛନ୍ତି: ଅଭିଯୁକ୍ତ

କୋଲକାତା: କୋଲକତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ୩୧ ବର୍ଷୀୟା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ମାମଲାର ଏକମାତ୍ର ଅଭିଯୁକ୍ତ ସଞ୍ଜୟ ରୟ ସୋମବାର ରାଜ୍ୟ ସରକାରଙ୍କ ବିରୋଧରେ ଏକ ସଂଗୀନ ଅଭିଯୋଗ କରିଛି। ସୋମବାର କୋର୍ଟରେ ପ୍ରଥମ ଥର ଲାଗି କ୍ୟାମେରା ସାମ୍ନାରେ ହାଜର ହୋଇଥିବା ସଞ୍ଜୟ ନିଜର ମନ୍ତବ୍ୟ ରଖି କହିଛି ଯେ, ଏହି ଘଟଣାରେ ସେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ, ସେ ଦୁଷ୍କର୍ମ ଏବଂ ହତ୍ୟା କରିନାହିଁ କିମ୍ବା ଏହି ଘଟଣାରେ ତା’ର ସମ୍ପୃକ୍ତି ନାହିଁ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ତା’କୁ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦେଇଛନ୍ତି। ତା’କୁ ଏବେ ଚୁପ୍ ରହିବାକୁ ଧମକ ଦିଆଯାଇଛି। ସେ କାମ କରୁଥିବା ବିଭାଗ (କୋଲକତା ପୁଲିସ) ତା’କୁ ଧମକ ଦେଇଛି ବୋଲି ସଞ୍ଜୟ କହିଥିଲା। ପ୍ରକାଶ, ଏହି ମାମଲାରେ ଆସନ୍ତା ନଭେମ୍ବର ୧୧ରୁ ପ୍ରତିଦିନ କୋର୍ଟରେ ଏହି ମାମଲାର ଶୁଣାଣି ହେବ। ମାମଲାର ତଦନ୍ତକାରୀ ସଂସ୍ଥା ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ସଞ୍ଜୟ ରଏକୁ ପ୍ରକୃତ ଦୋଷୀ ବୋଲି ଦର୍ଶାଇଛି। ଏହା ସହିତ ମାମଲାକୁ ଗଣଦୁଷ୍କର୍ମ ବଦଳରେ କେବଳ ଦୁଷ୍କର୍ମ ବୋଲି ସିବିଆଇ ଚାର୍ଜଶିଟ୍‌ରେ ଉଲ୍ଲେଖ କରିଛି। ପୀଡ଼ିତାଙ୍କ ଶରୀରରୁ ମିଳିଥିବା ସିମେନ ସଞ୍ଜୟର ସିମେନ ସହିତ ମେଳ ଖାଉଥିବା ରିପୋର୍ଟରେ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking