ବ୍ୟୁରୋ : ଓଡିଶାରୁ ଯିବନି ଆର୍ସଲାର ମିତଲ ନିପନ ଷ୍ଟିଲ କମ୍ପାନୀ । ଏନେଇ ସୂଚନା ଦେଇଛନ୍ତି ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି ପୂର୍ବ ସରକାର ଦୁଇ ବର୍ଷ ହେଲାଣି କୌଣସି କାମ କରୁନଥିଲେ । ବିଜୁ ଜନତା ଦଳ ସମୟରେ ଯେଉଁ କମ୍ପାନୀ ଫେରି ଯାଇଥିଲେ ସେମାନେ ଏବେ ଓଡିଶା ଫେରୁଛନ୍ତି । ଓଡିଶାର ଲୋକଙ୍କୁ ଭ୍ରମିତ କରୁଛି ବିଜୁ ଜନତା ଦଳ । ସାରା ଦେଶର ଏକ ପ୍ରମୁଖ କମ୍ପାନୀ ହେଉଛି ଆର୍ସଲର ମିତଲ ନିପନ କମ୍ପାନୀ । ଓଡିଶାରେ କମ୍ପାନୀ ଆନ୍ଧ୍ରକୁ ଚାଲି ଯାଉଛି ବୋଲି କିପରି ପ୍ରତାପ ଜେନ୍ନା କହିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।
ମନ୍ତ୍ରୀ ଆହୁରି କହିଛନ୍ତି ତାଙ୍କ ସମୟରେ ଗୁଜୁରାଟର ହାଜିରାରେ ଏକ କମ୍ପାନୀ କରିଥିଲା ନିପନ ଷ୍ଟିଲ । ସେତେବେଳେ କାହିଁ କହିଲେନି ଯେ ଏହା ଓଡିଶାରୁ ଏହା ଗୁଜୁରାଟ ପଳାଇଲା ବୋଲି ସେଥିପାଇଁ ସବୁଠୁ ବଡ କଥା ହେଉଛି ବିଜୁ ଜନତା ଦଳ ସମୟରେ ଯେଉଁ ଶିଳ୍ପ ଫେରିଯାଇଥିଲେ ସେମାନେ ଏବେ ଓଡିଶାକୁ ଫେରୁଛନ୍ତି । ପୂର୍ବରୁ ମଧ୍ୟ ଜେଏସଡବ୍ଲୁ ଇଭି ଫେରିଯାଉଛି ବୋଲି କହି ଲୋକଙ୍କୁ ଭ୍ରମିତ କରିଥିଲେ । ପରେ ସତ ଜଣା ପଡିଲା ବୋଲି ମନ୍ତ୍ରୀ କହିଛନ୍ତି ।