18.1 C
Bhubaneswar
Thursday, February 5, 2026
Homeଦେଶ ବିଦେଶବାଂଲାଦେଶ: ସୁରକ୍ଷା ଦାବିରେ ଗର୍ଜିଲେ ହିନ୍ଦୁ; ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ

ବାଂଲାଦେଶ: ସୁରକ୍ଷା ଦାବିରେ ଗର୍ଜିଲେ ହିନ୍ଦୁ; ୩୦ ହଜାର ହିନ୍ଦୁଙ୍କ ବିରୋଧ ପ୍ରଦର୍ଶନ

ଢାକା: ବାଂଲାଦେଶର ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟ ସୁରକ୍ଷା ତଥା ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି। ହିନ୍ଦୁ ସମ୍ପ୍ରଦାୟର ୩୦ ହଜାରରୁ ଅଧିକ ସଦସ୍ୟ ଶନିବାର ଦିନ ଏକ ରାଲି କରି ମଧ୍ୟବର୍ତ୍ତୀକାଳୀନ ସରକାରଙ୍କଠାରୁ ସୁରକ୍ଷା ତଥା ନିର୍ଯାତନା ଏବଂ ସମ୍ପ୍ରଦାୟର ନେତାଙ୍କ ବିରୋଧରେ ଦାଖଲ ହୋଇଥିବା ଦେଶଦ୍ରୋହ ମାମଲା ରଦ୍ଦ କରିବାକୁ ଦାବି କରିଛନ୍ତି। ସେମାନେ ଦକ୍ଷିଣ-ପୂର୍ବ ଚଟଗାଓଁ ସହରର ଏକ ପ୍ରମୁଖ ଛକଠାରେ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଏନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା। ହିନ୍ଦୁ ଗୋଷ୍ଠୀଙ୍କ ଅଭିଯୋଗ ଅନୁସାରେ ଅଗଷ୍ଟ ଆରମ୍ଭରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଧର୍ମନିରପେକ୍ଷ ସରକାର ବହିଷ୍କାର ହେବା ପରେ ଏବଂ ହସିନା ଦେଶ ଛାଡି ପଳାଇବା ପରଠାରୁ ହିନ୍ଦୁମାନଙ୍କ ଉପରେ ଲଗାତାର ଆକ୍ରମଣ ହେଉଛି।

ହସିନା ସରକାରଙ୍କ ପତନ ପରେ ନୋବେଲ ଶାନ୍ତି ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଏକ ମଧ୍ୟବର୍ତ୍ତୀ ସରକାର ଗଠନ କରାଯାଇଥିଲା ତେବେ ନୂଆ ସରକାରଙ୍କ ସମୟରେ ହିନ୍ଦୁଙ୍କ ସୁରକ୍ଷା ଉପରେ ପ୍ରଶ୍ନ ଚିହ୍ନ ଲାଗିଛି ବୋଲି ସେମାନେ ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ଛାତ୍ରମାନଙ୍କ ଆନ୍ଦୋଳନ ହିଂସାତ୍ମକ ହେବା ପରେ ଶେଖ ହସିନା ଦେଶ ଛାଡିଥିଲେ। ବାଂଲାଦେଶର ଜନସଂଖ୍ୟା ପ୍ରାୟ ୧୭ କୋଟି। ସେଥିମଧ୍ୟରୁ ହିନ୍ଦୁମାନେ ପ୍ରାୟ ୮% ରହିଛି, ଯେତେବେଳେ କି ଦେଶର ଜନସଂଖ୍ୟାର ୯୧% ମୁସଲମାନ। ଦେଶର ପ୍ରଭାବଶାଳୀ ସଂଖ୍ୟାଲଘୁ ଗୋଷ୍ଠୀ ବାଂଲାଦେଶ ହିନ୍ଦୁ ବୌଦ୍ଧ ଖ୍ରୀଷ୍ଟିଆନ ଏକତା ପରିଷଦ’ କହିଛି ଯେ ଅଗଷ୍ଟ ୪ ତାରିଖରୁ ହିନ୍ଦୁମାନଙ୍କ ଉପରେ ୨ ହଜାରରୁ ଅଧିକ ଆକ୍ରମଣ ହୋଇଛି।

ହିନ୍ଦୁ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟ କହିଛନ୍ତି ଯେ ମଧ୍ୟବର୍ତ୍ତୀକାଳୀନ ସରକାର ସେମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେଉ ନାହାନ୍ତି। ହସିନା ସରକାରଙ୍କ ପରେ, ମୂଳ ଇସଲାମବାଦୀମାନେ ଅଧିକ ପ୍ରଭାବଶାଳୀ ହେବାକୁ ଲାଗିଛନ୍ତି। ପ୍ରକାଶ, ଅକ୍ଟୋବର ୨୫ରେ ସହରରେ ଅନୁଷ୍ଠିତ ରାଲିରେ ବିଶିଷ୍ଟ ପୁରୋହିତ ଚନ୍ଦନ କୁମାର ଧରଙ୍କ ସମେତ ୧୯ ଜଣ ହିନ୍ଦୁ ନେତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଏକ ମାମଲା ବୁଧବାର ରୁଜୁ ହୋଇଥିଲା। ହିନ୍ଦୁ ସମ୍ପ୍ରଦାୟର ନେତାମାନେ କହିଛନ୍ତି ଯେ ଏହି ମାମଲା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ । ଗୁରୁବାର ସେମାନେ ଦାବି କରିଥିଲେ ଯେ, ୭୨ଘଣ୍ଟା ମଧ୍ୟରେ ଏହି ମାମଲା ପ୍ରତ୍ୟାହାର କରାଯାଉ। ଏହାପରେ ହିନ୍ଦୁ ସମ୍ପ୍ରଦାୟର ସଦସ୍ୟମାନେ ଶନିବାର ଆଉ ଏକ ରାଲିର ଆୟୋଜନ କରିବାକୁ ଯୋଜନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking