32.1 C
Bhubaneswar
Sunday, March 29, 2026
Homeଖେଳହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ୍‌; ପାକିସ୍ତାନ ପରେ ୟୁଏଇ ଓ ଇଂଲଣ୍ଡଠାରୁ ହାରିଲା ଭାରତ

ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ୍‌; ପାକିସ୍ତାନ ପରେ ୟୁଏଇ ଓ ଇଂଲଣ୍ଡଠାରୁ ହାରିଲା ଭାରତ

ହଂକଂ: ଭାରତ ହଂକଂ ସିକ୍ସେସ୍ ଟୁର୍ଣ୍ଣାମେଣ୍ଟ୍‌ରେ ୟୁଏଇ ଏବଂ ଇଂଲଣ୍ଡଠାରୁ ଯଥାକ୍ରମେ ୧ ରନ୍ ଓ ୧୫ ରନ୍‌ରେ ପରାଜିତ ହେବାକୁ ପଡ଼ିଛି। ଟୁର୍ଣ୍ଣାମେଣ୍ଟ୍‌ର ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନଠାରୁ ହାରିବା ପରେ ଭାରତର କ୍ୱାର୍ଟର୍ ଫାଇନାଲ୍ ଖେଳିବା ନିମନ୍ତେ ୟୁଏଇକୁୂ ହରାଇବା ଆବଶ୍ୟକ ଥିଲା। ମାତ୍ର ଟିମ୍ ଏକ ରନ୍‌ରେ ହାରିଯାଇଛି। ୧୩୧ ରନ୍‌ର ଲକ୍ଷ୍ୟର ପିଛା କରୁଥିବା ଭାରତକୁ ଅନ୍ତିମ ଓଭର୍‌ରେ ୩୨ ରନ୍ ଆବଶ୍ୟକ ଥିଲା।

ଅଲ୍‌ରାଉଣ୍ଡର ଷ୍ଟୁଆର୍ଟ ବିନ୍ନି (୧୧ ବଲ୍ ୪୪ ରନ୍‌) ଟିମ୍‌କୁ ଲକ୍ଷ୍ୟ ପର୍ଯ୍ୟନ୍ତ ପହଞ୍ଚାଇବାରେ ସର୍ବଶ୍ରେଷ୍ଠ ପ୍ରୟାସ କରିଥିଲେ। ମାତ୍ର ଦ୍ୱିତୀୟ ରନ୍ ନେବାକୁ ଯାଇ ରନ୍‌ଆଉଟ୍ ହୋଇଥିଲେ। ବିନ୍ନି ଅନ୍ତିମ ଓଭର୍‌ର ପ୍ରଥମ ବଲ୍‌ରେ ଚୌକା ମାରିଥିଲେ। ଦ୍ୱିତୀୟ ବଲ୍ ୱାଇଡ୍ ଥିଲା ଏବଂ ଏହାପରେ ସେ ଲଗାତାର ଚାରି ଚୌକା ମାରିଥିଲେ। ଶେଷ ବଲ୍‌ରେ ତିନି ରନ୍‌ର ଆବଶ୍ୟକତା ଥିବାବେଳେ ସେ ରନ୍‌ଆଉଟ୍ ହୋଇଥିଲେ। ଏହା ପୂର୍ବରୁ ରବିନ୍ ଉଥପ୍ପା ୧୦ ବଲ୍‌ରେ ୪୩ ରନ୍ କରିଥିଲେ। ୟୁଏଇ ୬ ଓଭର୍‌ରେ ପାଞ୍ଚ ୱିକେଟ୍ ହରାଇ ୧୩୦ ରନ୍ କରିଥିଲା। ଏଥିରେ ଖାଲିଦ ଶାହା ୧୦ ବଲ୍‌ରେ ୪୨ ଏବଂ ଜହୁର ଖାନ୍ ୧୧ ବଲ୍‌ରେ ଅପରାଜିତ ୩୭ ରନ୍ କରିଥିଲେ।

ଦ୍ୱିତୀୟ ମ୍ୟାଚ୍‌ରେ ଇଂଲଣ୍ଡର ୧୨୧ ରନ୍ ଲକ୍ଷ୍ୟକୁ ପିଛା କରି ଭାରତ ୩ ୱିକେଟ୍ ହରାଇ ୧୦୫ ରନ୍ କରି ୧୫ ରନ୍‌ରେ ପରାଜିତ ହୋଇଛି। ପ୍ରଥମେ ବ୍ୟାଟିଂ କରି ରବି ବୋପାରା ଓ ସମିତ ପଟେଲ୍ ଭାରତୀୟ ବୋଲର୍‌ଙ୍କ ବିପକ୍ଷରେ ଦ୍ରୁତ ରନ୍ ସଂଗ୍ରହ କରିଥିଲେ। ଉଥପ୍ପାଙ୍କ ଓଭର୍‌ରେ ବୋପାରା ଛଅ ଛକା ମାରିଥିଲେ। ଫଳରେ ଏହି ଓଭର୍‌ରେ ୩୭ ରନ୍ ହୋଇଥିଲା। ଉଭୟ ବ୍ୟାଟର୍‌ଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଇଂଲଣ୍ଡ ୧୨୦ ରନ୍ କରିଥିଲା। ପରେ ବୋପାରା ବୋଲିଂରେ ମଧ୍ୟ କମାଲା ପ୍ରଦର୍ଶନ କରି ଗୋଟିଏ ଓଭର୍‌ରେ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ। ସେ ଉଥପ୍ପାଙ୍କୁ ଶୂନ୍ୟରେ ଆଉଟ୍ କରିଥିଲେ। ଭାରତ ଋ ଓଭର୍‌ରେ ୩ ୱିକେଟ୍ ହରାଇ ୧୦୫ ରନ୍ କରିଥିଲା। ଏହି ଦୁଇଟି ପରାଜୟ ପରେ ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ପାକିସ୍ତାନ ହାତରୁ ହାରିଥିବା ଭାରତର ଟୁର୍ଣ୍ଣାମେଣ୍ଟ୍‌ରେ ଅଭିଯାନ ଶେଷ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking