16.1 C
Bhubaneswar
Tuesday, January 7, 2025
Homeଦେଶ ବିଦେଶଇସ୍ରୋର ନୂଆ ସଫଳତା: ଦେଶର ପ୍ରଥମ ଆନାଲଗ୍ ସ୍ପେସ୍ ମିଶନ୍ ଲେହରେ ଲଞ୍ଚ

ଇସ୍ରୋର ନୂଆ ସଫଳତା: ଦେଶର ପ୍ରଥମ ଆନାଲଗ୍ ସ୍ପେସ୍ ମିଶନ୍ ଲେହରେ ଲଞ୍ଚ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଏଜେନ୍ସି ଇସ୍ରୋକୁ ବଡ଼ ସଫଳତା । ଗୁରୁବାର ଲେହରେ ଲଞ୍ଚ କରିଛି ନିଜର ପ୍ରଥମ ଆନାଲଗ୍ ସ୍ପେସ୍ ମିଶନ୍ । ଶୁକ୍ରବାର ଏହାର ଫଟୋ ସେୟାର କରିଛି ଇସ୍ରୋ । ଏହି ମିଶନ୍ ଦେଶର ସ୍ପେସ୍ ଏକ୍ସପ୍ଲୋରେସନ୍ର ଚେଷ୍ଟାରେ ଏକ ମାଇଲଷ୍ଟୋନ ପ୍ରମାଣିତ ହୋଇପାରେ । ଏହି ମିଶନ୍ର ଉଦେଶ୍ୟ ପୃଥିବୀ ବାହାର ଜୀବନର ବିକଳ୍ପ ଖୋଜିବା । ଫଳରେ ଭବିଷଞତରେ ମହାକାଶ ଯାତ୍ରୀଙ୍କ ଆଗରେ ଆସୁଥିବା ଚ୍ୟାଲେଞ୍ଜକୁ ପାର କରିହେବ ।

ଏହା ଭାରତର ପ୍ରଥମ ମାନବ ମହାକାଶ ଉଡାଣ ଓ ଅନ୍ତଗ୍ରହୀୟ ଅନ୍ୱେଷଣରେ ନିଜର କ୍ଷମତାକୁ ବଢାଇବାର ଲକ୍ଷ୍ୟରେ ରହିଛି । ଏଥିରେ ଗଗନଯାନ କାର୍ଯ୍ୟକ୍ରମ ମଧ୍ୟ ରହିଛି, ଯାହା ଜରିଆରେ ଭାରତ ଖୁବ୍ ଶୀଘ୍ର ମାନବକୁ ମହାକାଶ ପଠାଇବାର ପ୍ରସ୍ତୁତି କରୁଛି । ଆନାଲୋଗ୍ ସ୍ପେସ୍ ମିଶନ୍ ବେଳେ ଏଥିରେ ଭାଗ ନେଉଥିବା ବେଜ୍ଞାନିକ ଅନ୍ୟ ଗ୍ରହରେ ଜୀବନକୁ ବୁଝିବା ପାଇଁ ସେଠାର ବାତାବରଣକୁ ପୃଥିବୀ ଉପରେ ଯିବାର ଚେଷ୍ଟା କରିବେ । ଏହି ସମୟରେ ଅଲଗା ଅଲଗା ସ୍ଥିତିରେ ମହାକାଶ ଯାତ୍ରୀଙ୍କ ମନୋବେଜ୍ଞାନିକ ଆକଳନ ମଧ୍ୟ କରାଯିବ ।

ଏହି ମିଶନ୍ରୁ ମିଳିଥିବା ଡାଟା ଆଧାରରେ ଚନ୍ଦ୍ରମା ଓ ମଙ୍ଗଳବାର ବାତାବରଣକୁ ବୁଝିବାର ଚେଷ୍ଟା କରାଯିବ । ମହାକାଶ ଆର୍କିଟେକ୍ଚରରେ ଭଲ ଭୂମିକା ପାଇଁ ଜଣାଯାଉଥିବା ସ୍ପେସ୍ ଷ୍ଟୁଡିଓ ଏଭଳି ପରିସ୍ଥିତିକୁ ଡିଜାଇନ୍ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ, ଯାହାକି ପୃଥିବୀ ବାହାରର ପରିବେଶରେ ମାନବ ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହେବ । ଭାରତ ବିଶ୍ୱ ମହାକାଶ ଅନ୍ୱେଷଣରେ ନିଜକୁ ସ୍ଥାପିତ କରିବା ପାଇଁ ଚେଷ୍ଟା କରୁଛି । ଏଭଳି ସ୍ଥିତିରେ ଏହା ଆନାଲଗ୍ ମିଶନ୍ ଚନ୍ଦ୍ରମା ଓ ମଙ୍ଗଳରେ ଭବିଷ୍ୟତର ମାନବ ଅଭିଯାନକୁ ପ୍ରସ୍ତୁତ କରିବା ଦିଗରେ ଗୁରୁତ୍ୱପୁର୍ଣ୍ଣ ପଦକ୍ଷେପ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking