32.1 C
Bhubaneswar
Thursday, April 2, 2026
Homeଓଡିଶାନଭେମ୍ବରରେ ୧୩ ଦିନ ବ୍ୟାଙ୍କ ଛୁୁଟି

ନଭେମ୍ବରରେ ୧୩ ଦିନ ବ୍ୟାଙ୍କ ଛୁୁଟି

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ନଭେମ୍ବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ଜାରି କରିଛି। ଏହି ମାସରେ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଓ ଚାରିଟି ରବିବାରକୁ ମିଶାଇ ମୋଟ ୧୩ ଦିନ ଛୁଟି ରହିବ ବ୍ୟାଙ୍କ। ତେଣୁ ଜରୁରୀ କାମ ପାଇଁ ବ୍ୟାଙ୍କ ଯିବା ପୂର୍ବରୁ ଛୁଟିଦିନ ତାଲିକା ଉପରେ ଭଲ କରି ନଜର ପକାଇ ନିଅନ୍ତୁ। ଏଠାରେ ପ୍ରକାଶଯୋଗ୍ୟ, ବ୍ୟାଙ୍କଗୁଡିକ ସମଗ୍ର ଦେଶରେ ୧୩ ଦିନ ବନ୍ଦ ରହିବ ନାହିଁ। ରିଜର୍ଭ ବ୍ୟାଙ୍କ ଅଫିସିଆଲ୍ ୱେବସାଇଟରେ ଦିଆଯାଇଥିବା ଛୁଟି ତାଲିକା ଅନୁଯାୟୀ ବିଭିନ୍ନ ରାଜ୍ୟର ଛୁଟି ମିଶାଇ ୧୩ ଦିନ ବ୍ୟାଙ୍କ ବନ୍ଦ ରହିବ। ଏହି ସମସ୍ତ ଛୁଟି ସବୁ ରାଜ୍ୟରେ ପ୍ରଯୁଜ୍ୟ ହେବ ନାହିଁ। ତେଣୁ ଗ୍ରାହକମାନେ ଛୁଟିଦିନର ବିବରଣୀ ପାଇଁ ନିୟମିତ ଆରବିଆଇ ୱେବସାଇଟ୍ ଯାଞ୍ଚ କରିବା ଉଚିତ୍। ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ ମାସର ୪ଟି ରବିବାର ବ୍ୟତୀତ ବ୍ୟାଙ୍କଗୁଡିକ ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାରରେ ପୂର୍ବ ପରି ବନ୍ଦ ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking