31.1 C
Bhubaneswar
Tuesday, March 24, 2026
Homeଓଡିଶାବାଇକ୍‌ ଧକ୍କାରେ ପ୍ରାଣ ହରାଇଲେ ଯୁବକ

ବାଇକ୍‌ ଧକ୍କାରେ ପ୍ରାଣ ହରାଇଲେ ଯୁବକ

ସଇଁତଳା : ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ଅଜିତ ରଣା (୩୧) ବୋଲି ଜଣାପଡ଼ିଛି । ଧକ୍କା କରିଥିବା ବ୍ୟକ୍ତି ରମେଶ ବିଶାଳ ବୋଲି ଜଣାପଡ଼ିଛି । ଏହି ଦୁର୍ଘଟଣା ଘଟାଇ ଅଭିଯୁକ୍ତ ରମେଶ ଘଟଣାସ୍ଥଳରୁ ଫେରାର ହୋଇ ଯାଉଥିବା ବେଳେ ପୋଲିସ ତାକୁ ଅଟକ ରଖିଛି । ବଲାଙ୍ଗୀର ଜିଲା ସଇଁତଳା ଥାନା ବିବିନା ପଞ୍ଚାୟତ ନିକଟରେ ଏଭଳି ଘଟଣା ଘଟିଛି।ସଇଁତଳା ପୋଲିସ ସୂତ୍ରରୁ ପ୍ରକାଶ ଯେ, ବିବିନା ପଞ୍ଚାୟତ ଗ୍ୟାସ୍‌ ଗୋଦାମ ନିକଟରେ ଟାୟାର ରିପ୍ୟାରିଂ ଦୋକାନ ଖୋଲିଥିବା ଅଜିତ ରଣା ଗୁରୁବାର ସକାଳୁ ନିଜ ଗ୍ରାମ ଗଣ୍ଡପତ୍ରାପାଲି ପଞ୍ଚାୟତ ଭତାସରରୁ ଦୋକାନକୁ ଆସୁଥିଲେ । ଦୋକାନ ସମ୍ମୁଖରେ ନିଜ ବାଇକ୍‌ ନଂଓଡି-୦୩-ଡବ୍ଲ୍ୟୁ-୧୩୫କୁ ବୁଲାଇ ଦୋକାନକୁ ଯାଉଥିବା ସମୟରେ ବଲାଙ୍ଗୀର ପଟରୁ ରମେଶ ବିଶାଳ ନାମକ ଯୁବକ ବାଇକ୍‌ ରେ ନିଜ ଗ୍ରାମ ଧରବଗଡ଼କୁ ଯାଉଥିବାବେଳେ ତାଙ୍କୁ ଧକ୍କା ଦେଇଥିଲେ ।

ଫଳରେ ଅଜିତ ନିଜ ବାଇକରୁ ଛିଟିକି ପଡ଼ିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ଗୁରୁତର ଅବସ୍ଥାରେ ଅଜିତଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ଏବଂ ପୋଲିସକୁ ମଧ୍ୟ ଏହି ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ସଇଁତଳା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଉପସ୍ଥିତ ଥିବା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାବେଳେ ପୋଲିସ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଟିଟିଲାଗଡ଼ ପଠାଇଥବା ଜଣାପଡ଼ିଛି । ଅଜିତଙ୍କ ବିଧବା ମା’, ବିଧବା ସ୍ତ୍ରୀ ଏବଂ ଦୁଇ ବର୍ଷର ପୁଅ ଥିବାବେଳେ ସେ ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ । ତାଙ୍କ ମୃତ୍ୟୁ ପରେ ଗଣ୍ଡପତ୍ରାପାଲି ସରପଞ୍ଚ ମନିସ ସୁନା ଏବଂ ସ୍ଥାନୀୟ ଲୋକେ ଅଜିତଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking